Latest Odisha News

BREAKING NEWS

ଜାନୁଆରୀ ୫ରେ କଡ୍ଡା ଟକ୍କର୍: ନବୀନଙ୍କ ପୁରୀ ଶୋ’କୁ ମୋଦୀଙ୍କ ବାରିପଦା ର‌୍ୟାଲି !

ଭୁବନେଶ୍ୱର : ଓଡିଶାରେ ଶାସକ ବିଜେଡି ଓ ବିଜେପି ୨ଟି ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ ଅଲଗା ସ୍ଥାନରୁ ଗୋଟିଏ ଦିନରେ ଅବତୀର୍ଣ୍ଣ ହେଉଥିବା ଯୋଗୁଁ ଲାଗୁଛି, ଏହି ଦୁଇଟି ଦଳ ନିର୍ବାଚନ ବିଗୁଲ ଆରମ୍ଭ କରିବାକୁ ଯାଉଛନ୍ତି ।

ବିଜେଡିର ୨୧ତମ ପ୍ରତିଷ୍ଠା ଦିବସ ଅବସରରେ ଭାରତୀୟ ଜନତା ପାର୍ଟି ‘ଜବାବ ମାଗୁଛି ଓଡିଶା’ ଅଭିଯାନ ଆରମ୍ଭ କରିଥିଲା । ରାଜ୍ୟର ଏହି ଆଞ୍ଚଳିକ ଦଳ ଜାନୁଆରୀ ୫ ତାରିଖ ଦିନ ସମାନ୍ତରାଳ ଭାବେ ପୁରୀ ଠାରେ ସମାବେଶ ଆୟୋଜନ କରିଛି । ସେହିପରି ମୟୁରଭଞ୍ଜ ଜିଲ୍ଲା ବାରିପଦା ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବିଶାଳ ର‌୍ୟାଲିରେ ଯୋଗଦେବା ନେଇ ସୂଚନା ମିଳିଛି ।

ଆଗାମୀ ନିର୍ବାଚନ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ୫ମ ଥର ଲାଗି ଶାସନାଗାଦି ହାତେଇବା ଲାଗି ପ୍ରଚେଷ୍ଟା ଜାରି ରଖିବେ । ସେପଟେ ବିଜେପି ପୂର୍ବୋତ୍ତର ରାଜ୍ୟ ଦଖଲ କରିବା ଆଶା ନେଇ ନିର୍ବାଚନ ଅଭିଯାନ ଆରମ୍ଭ କରିବେ ।

ମୟୁରଭଞ୍ଜ ଜିଲ୍ଲାର ବାରିପଦା ଠାରେ ମୋଦି ପାଖାପାଖି ୨୦୦ କିମି.ର ଜାତୀୟ ରାଜପଥ ପ୍ରକଳ୍ପକୁ ଯାହାକି ୩୩୧୮ କୋଟି ଟଙ୍କା ବ୍ୟୟ ଅଟ୍ଟକଳ ଯୋଜନାର ଭୂମିପୂଜା କରିବାର ସମ୍ଭାବନା ରହିଛି ।

ଏଥର ଗୈରିକ ଦଳ ମୟୁରଭଞ୍ଜ ଲୋକସଭା ଆସନ ସମେତ ଓଡ଼ିଶାରୁ ଅନ୍ୟ ଏକ ଡ଼ଜନରୁ ଅଧିକ ଆସନ ହାତେଇବା ଲକ୍ଷ୍ୟରେ ରହିଛି । ଯାହାଫଳରେ କେନ୍ଦ୍ରରେ ବିଜେପି ତା’ର ୨ୟ ଇନିଂସ ଆରମ୍ଭ କରିବା ଆଶା ପୂରଣ ହୋଇପାରିବ । ଉତ୍ତର ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଏହି ଗସ୍ତ ବ୍ୟତୀତ ଆସନ୍ତା ୧୬ ତାରିଖରେ ମଧ୍ୟ ପଶ୍ଚିମ ଓଡ଼ିଶାର ବଲାଙ୍ଗୀରଠାରେ ଏକ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।

ତେବେ ବିଜେଡ଼ି ପାର୍ଟି ସୂତ୍ରରୁ ଜଣାପଡ଼ିଛି, ଗତବର୍ଷ ‘ମେକ୍ ଇନ୍ ଓଡ଼ିଶା’ କନକ୍ଲେଭରେ ପୂର୍ବ ଘୋଷଣା ମୁତାବକ, ମୁଖ୍ୟମନ୍ତ୍ରୀ ୬ ଲକ୍ଷ ମିଶନ ଶକ୍ତି ଗ୍ରୁପକୁ ଡ଼ିଜିଟାଲ କ୍ଷମତା ପ୍ରଦାନ କରିବା ସହିତ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସାମାଜିକ ତଥା ଆର୍ଥିକ ଉନ୍ନତିର ସହାୟକ ନିମନ୍ତେ ବିଭିନ୍ନ ପଦକ୍ଷେପ ନେବା ନେଇ ମୋବାଇଲ ବଣ୍ଟନର କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ ।

ଏହିପରି ଭାବରେ ବିଜେଡ଼ି ମହିଳା ମତଦାତାମାନଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିବା ସହିତ ମହିଳାଙ୍କ ଲାଗି ସ୍ଥ୍ାନ ସଂରକ୍ଷଣ ନିମେନ୍ତ ସ୍ୱର ଉତ୍ତୋଳନ କରିବା ଜାରି ରଖିଛି । ଅପରପକ୍ଷରେ ବିଜେପି ଏହିସବୁ କାର୍ଯ୍ୟକ୍ରମ ଏପର୍ଯ୍ୟନ୍ତ ଆରମ୍ଭ କରିପାରିନାହିଁ ।

ଡ଼ିସେମ୍ବର ମାସରେ ଓଡ଼ିଶା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ନବୀନଙ୍କୁ ସିଧାସଳଖ ଆକ୍ରମଣ କରିବା ପରିବର୍ତ୍ତେ ପ୍ରଶ୍ନବାଣରେ ସରକାରଙ୍କୁ ସମାଲୋଚନା କରିବାକୁ ଚେଷ୍ଟା କରିଥିଲେ ।

ବିଜେପିର ୨୦ଟି ପ୍ରଶ୍ନ ବଦଳରେ ବିଜେଡ଼ି ଗତବର୍ଷ ଡ଼ିସେମ୍ବର ୨୬ ତାରିଖରେ ୧୦ଟି ପ୍ରଶ୍ନ ଉତଥାପନ କରିଥିଲା । ଏହି ପ୍ରଶ୍ନ ଗୁଡ଼ିକ ଭୋଟରମାନଙ୍କୁ କିପରି ପ୍ରଭାବିତ କରିପାରିବ ତାହା ସମୟ ହିଁ କହିପାରିବ ।

Leave A Reply

Your email address will not be published.