Latest Odisha News

BREAKING NEWS

ଇଂଲଣ୍ଡରୁ ଆସି ପାରୁ ନାହାନ୍ତି ପ୍ରିୟଙ୍କା, ଅଫତାବ

ମୁମ୍ବାଇ: କରୋନା ଭାଇରସ ନୂତନ ଷ୍ଟ୍ରେନ ଇଂଲଣ୍ଡରେ ତାର କରାଳ ରୂପ ଦେଖାଉଛି । ଏହାକୁ ଦେଖି ସ୍ଥାନୀୟ ସରକାର କେତେକ କଡା ପଦକ୍ଷେପ ନେଇଛି । ଏଥିଯୋଗୁ ବଲିଉଡର ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ଅଭିନେତା ଅଫତାବ ଶିବଦାସନୀ ଇଂଲଣ୍ଡରେ ଫସି ଯାଇଛନ୍ତି । ସେମାନେ ଯେଉଁ ଯେଉଁ ପ୍ରୋଜେକ୍ଟରେ କାମ କରୁଥିଲେ ତାହା ସାମୟିକ ଭାବେ ବନ୍ଦ କରାଯାଇଛି ।

ପ୍ରିୟଙ୍କା ହଲିଉଡ ଫିଲ୍ମ ଟେକ୍ସଡ ଫର ୟୁ ଶୁଟିଂରେ ବ୍ୟସ୍ତ ଥିଲେ । ଯାତ୍ରା କଟକଣା ସତ୍ୱେ ସ୍ୱତନ୍ତ୍ର ଅନୁମତି ନେଇ ଏବେ ପ୍ରଡ୍ୟୁସର ଗ୍ରୁପ ଆମେରିକା ଫେରିଯିବାକୁ ଚାହୁଁଛନ୍ତି । ଏ ସବୁ କାର୍ଯ୍ୟ ପାଇଁ ବେଶ୍ କିଛି ଦିନ ସମୟ ଲାଗିବ ଯାହା ପ୍ରିୟଙ୍କାଙ୍କୁ ଚିନ୍ତାରେ ପକାଇଛି । ଅପରପକ୍ଷରେ ଅଫତାବ ଶିବଦାସାନୀ ପତ୍ନୀ ଏବଂ ପୁତ୍ର ସହ ଇଂଲଣ୍ଡ ବୁଲିବାକୁ ଯାଇଥିଲେ । ଛୁଟି କଟାଇବା ସମୟରେ ତାଙ୍କର ହୋମ ପ୍ରଡକ୍ସନ ଉପରେ କାର୍ଯ୍ୟ ଆରମ୍ଭ କରିଥାନ୍ତେ । ଏବେ ସେ କେବଳ ଅନୁମତିକୁ ଅପେକ୍ଷା କରି ବସି ରହିଛନ୍ତି ।

Leave A Reply

Your email address will not be published.