Latest Odisha News

BREAKING NEWS

ବଲିଉଡ ଡେବ୍ୟୁରେ ଆଲିୟାଙ୍କ ସହ ରୋମାନ୍ସ କରିବେ ପାର୍ଥ ସମଥାନ୍

ମୁମ୍ବାଇ: ବେଶ କିଛି ମାସ ଧରି ଶୁଣିବାକୁ ମିଳିଥିଲା, ଟିଭି ଷ୍ଟାର ପାର୍ଥ ସମଥାନ୍ ବଲିଉଡରେ ଡେବ୍ୟୁ କରିବେ । ଆଉ ତା ପୁଣି ଏକ ବଡ ବ୍ୟାନର ତଳେ । ସିରିଜ କସୌଟି ଜିନ୍ଦଗୀ କେ ଭଳି ପପୁଲାର ସିରିଜରେ ନାଁ କରିଥିବା ପାର୍ଥ ଖୋଦ ନିଜେ ଏକ ବଲିଉଡ ଫିଲ୍ମ ସାଇନ୍ କରିଥିବା ପ୍ରକାଶ କରିଥିଲେ । ଅନେକଙ୍କ ମୁହଁରେ ଶୁଣିବାକୁ ମିଳିଥିଲା ଫିଲ୍ମ ଗଙ୍ଗୁବାଇ କାଠିଆୱାଡିରେ ଆଲିୟା ଭଟ୍ଟଙ୍କ ସହ ଡେବ୍ୟୁ କରିବେ । ହେଲେ ଏବେ କିଛି ଭିନ୍ନ ଶୁଣିବାକୁ ମିଳିଛି ।

ମିଳିଥିବା ରିପୋର୍ଟ ଅନୁଯାୟୀ ଆଲିୟାଙ୍କ ସହ ପାର୍ଥ ନିଶ୍ଚିତ ଭାବେ ଡେବ୍ୟୁ କରିବେ । ହେଲେ ଗଙ୍ଗୁବାଇ କାଠିଆୱାଡିରେ ନହେଁ । ବରଂ ରସୁଲ ପୁକୁଟ୍ଟିଙ୍କ ଫିଲ୍ମ ପିହରୱାରେ ପାର୍ଥ ଓ ଆଲିୟା ଏକାଠି ନଜର ଆସିବେ । ଐତିହାସିକ ବୀର ହରଭଜନ ସିଂଙ୍କ ଉପରେ ଆଧାରିତ ଏହି ଫିଲ୍ମରେ ଭାରତ ଓ ଚାଇନା ମଧ୍ୟରେ ହୋଇଥିବା ଏକ ଯୁଦ୍ଧର ଅଂଶ ଦେଖାଯିବ । ତା ଛଡା ଫିଲ୍ମରେ ଆଲିୟା ଓ ପାର୍ଥ ସମଥାନଙ୍କ ରୋମାନ୍ସ ଆଙ୍ଗଲ୍ ବି ଦର୍ଶକ ଦେଖିବାକୁ ପାଇବେ ।

ଗଙ୍ଗୁବାଇ କାଠିଆୱାଡ, ବ୍ରହ୍ମାସ୍ତ୍ର ଓ RRR ର ସୁଟିଂ ସାରିବା ପରେ ଆଲିୟା ଫିଲ୍ମ ପିହରୱାର ସୁଟିଂ ସେଟରେ ଯୋଗଦେବେ । ଫିଲ୍ମରେ ଯୁଦ୍ଧ ସିକ୍ୱେନ୍ସ ଥିବାରୁ ଏଥିରେ ଅତ୍ୟଧିକ କ୍ରିଉ ମେମ୍ବରଙ୍କ ଆବଶ୍ୟକତା ରହିଛି । ଅନ୍ୟପଟେ ପାର୍ଥ ଡିଜିଟାଲ ପ୍ଲାଟଫର୍ମରେ ବ୍ୟସ୍ତ ରହିଛନ୍ତି । ଏପରି ସ୍ଥିତିରେ ପାର୍ଥଙ୍କ ଫ୍ୟାନମାନେ ତାଙ୍କ ବଲିଉଡ ଏଣ୍ଟ୍ରି ଡେଟକୁ ଚାହିଁ ବସିଛନ୍ତି ।

Leave A Reply

Your email address will not be published.