Latest Odisha News

BREAKING NEWS

ଆରପାରିରେ ବିଶିଷ୍ଟ ସଙ୍ଗୀତଜ୍ଞ ଶାନ୍ତନୁ ମହାପାତ୍ର

ଭୁବନେଶ୍ୱର: ଓଡ଼ିଆ ସିନେ ଜଗତକୁ ଆଉ ଏକ ଶକ୍ତ ଧକ୍କା। ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ପରଲୋକ । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ଶାନ୍ତନୁ ମହାପାତ୍ରଙ୍କ ପରଲୋକ ଘଟିଛି।

ଗତ କିଛି ଦିନ ହେବ ସେ ନିମୋନିଆରେ ପୀଡିତ ହୋଇ ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଥିଲେ । ୮୫ ବର୍ଷ ବୟସରେ ଆଖି ବୁଜିଛନ୍ତି ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର ।

ବାରିପଦାରେ ଜନ୍ମିତ ଏହି ପ୍ରତିଭା ପାଖାପାଖି ୧୯୦୦ ଗୀତର ସଂଯୋଜନା କରିଆସିଛନ୍ତି। ଟେଲି ଫିଲ୍ମ ଠାରୁ ଆରମ୍ଭ କରି ଫିଚର, ଯାତ୍ରା, ଆକାଶବାଣୀ ନାଟକ, ନୃତ୍ୟନାଟିକା ଆଦିରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ତାଙ୍କ ନିର୍ଦ୍ଦେଶିତ ଲୋକପ୍ରିୟ ଗୀତ ମଧ୍ୟରେ ‘ସେଇ ଚୁନା ଚୁନା’, ‘ମୟୂରୀ ଗୋ’, ‘ମୁଁ ତ ଥିଲି ଏକୁଟିଆ’, ‘ଏଇ ଜୀବନଟା ଏକ ନାଟକ’, ‘ଆଗୋ ଚନ୍ଦ୍ରିକା’ ଓ ‘ନୂପୂର ବଜାଏ କିଏ’ ଆଦି ଅନ୍ୟତମ ।

Comments are closed.