Latest Odisha News

BREAKING NEWS

କୋଟିପତି ବ୍ୟାଙ୍କ ପରିଚାଳକଙ୍କ ଘରେ ଭିଜିଲାନ୍ସ ରେଡ୍

ଟିଟିଲାଗଡ଼: ଭିଜିଲାନ୍ସ ଜାଲରେ କୋଟିପତି ବ୍ୟାଙ୍କ ପରିଚାଳକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମର ରେଡ୍ । ବଲାଙ୍ଗିର ଜିଲ୍ଲା ଲାଠୋର କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ପରିଚାଳକ ସାଗର ରଣାଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି । ଟିଟିଲାଗଡ଼ ସ୍ଥିତ ବାସଭବନ, ସଇଁତଳା ଥାନା ଅନ୍ତର୍ଗତ ଘୁନସର ଗାଁରେ ଶ୍ୱଶୁର ଘର, ଲାଠୋର ବ୍ୟାଙ୍କରେ ଚଢ଼ାଉ ଜାରି ରହିଛି ।

ବର୍ତ୍ତମାନ ସୁଦ୍ଧା ରେଡ୍ ବେଳେ ସାଗର ରଣାଙ୍କର ଏକ କୋଟିରୁ ଅଧିକ ମୂଲ୍ୟର ଘର, କାର ସମେତ ବହୁ ବ୍ୟାଙ୍କ ଜମା ଠାବ ହୋଇଛି । ଆଗକୁ ତାଙ୍କର ହିସାବ ନିକାଶ ପରେ ସ୍ପଷ୍ଟ ହେବ ତାଙ୍କର କେତେ ରହିଛି ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ।

Leave A Reply

Your email address will not be published.