Latest Odisha News

BREAKING NEWS

[ଭିଡିଓ] ପାକିସ୍ତାନୀ ଡାକ୍ତରଙ୍କ ଦାବି, କରୋନାରୁ ରକ୍ଷା କରିବ ପପ୍‌କର୍ଣ୍ଣ

ଭୁବନେଶ୍ୱର: ବ୍ରିଟେନରୁ କରୋନାଭାଇରସର ନୂତନ ଷ୍ଟ୍ରେନ୍ ଠାବ ହେବା ପରେ ପୁଣିଥରେ କୋକୁଆ ଭୟରେ ସାରା ବିଶ୍ୱ । ଏପରି ସ୍ଥିତିରେ ଜଣେ ପାକିସ୍ତାନୀ ଡାକ୍ତରଙ୍କ ଦାବି ଅନେକଙ୍କୁ ଚକିତ କରିଛି । ସେ ଦାବି କରିଛନ୍ତି ପପ୍‌କର୍ଣ୍ଣ ଜରିଆରେ କୁଆଡେ କରୋନାଭାଇରସର ମୁକାବିଲା କରିହେବ ।

ପାକିସ୍ତାନୀ ଟିଭି ଚ୍ୟାନେଲରେ ଏକ ତର୍କ ଚାଲିଥଲାବେଳେ ଡାକ୍ତର ସାହିଦ ମାସୁଦ ଏକ ଚକିତକର ଦାବି ଉପସ୍ଥାପନା କରିଥିଲେ । ତାଙ୍କ ଦାବି ଅନୁଯାୟୀ କରୋନାଭାଇରସ ବିରୋଧରେ ପପ୍‌କର୍ଣ୍ଣ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ।

ପାକିସ୍ତାନୀ ଟିଭି ଚ୍ୟାନେଲ GNN TVରେ ଡାକ୍ତର ମାସୁଦ ଏହି ଦାବି କରିଥିଲାବେଳେ ଉପସ୍ଥାପିକା ଜଣକ ହସିବାରେ ନଜର ଆସିଥିଲେ । ତର୍କ ସମୟର ସେହି ଭିଡିଓଟିକୁ ପାକିସ୍ତାନୀ ସାମ୍ବାଦିକ ନୟଲା ଇନାୟତ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ତେବେ କରୋନାକୁ ନେଇ ଲୋକଙ୍କର ବିଭ୍ରାନ୍ତିକର ବୟାନ ପୂର୍ବରୁ ବି ସାମ୍ନାକୁ ଆସିଥିଲା । କେତେବେଳେ ଗାଇ ଗୋବର ତ କେତେବେଳେ ଗାଇ ପରିଶ୍ରା ପାନ କଲେ କରୋନାଭାଇରସରୁ ମୁକ୍ତି ମିଳିବା ନେଇ ଗୁଜବ ଉଠିଥିଲା । ଏପରି ସ୍ଥିତିରେ ପାକିସ୍ତାନୀ ଡାକ୍ତରଙ୍କ ଦାବି କେତେଦୂର ଯଥାର୍ଥ ତାହା ଆପଣ ତର୍ଜମା କରିପାରନ୍ତି ।

Leave A Reply

Your email address will not be published.