Latest Odisha News

BREAKING NEWS

ନାଇଟ୍ କର୍ଫ୍ୟୁ ବେଳେ ଟୁଇନ୍ ସିଟିରେ ୧୪୪ ଧାରା, ରାତି ୯ଟା ସୁଦ୍ଧା ଦୋକାନ ବନ୍ଦ ନିର୍ଦ୍ଦେଶ

ଭୁବନେଶ୍ୱର: ନୂଆବର୍ଷ ପୂର୍ବରୁ ରାଜ୍ୟରେ ଜାରି ହୋଇଛି ନାଇଟ୍ କର୍ଫ୍ୟୁ । ଆଜି ରାତି ୧୦ଟାରୁ ସାରା ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ ଲାଗିବ । ଭୁବନେଶ୍ୱର ଓ କଟକରେ ଜାରି କରାଯିବ ୧୪୪ ଧାରା । ଏହି ସୂଚନା ଦେଇଛନ୍ତି ପୋଲିସ କମିଶନର ଡକ୍ଚର ସୁଧାଂଶୁ ଷଡ଼ଙ୍ଗୀ । ସୁରକ୍ଷା ଦୃଷ୍ଟିରୁ ଟୁଇନ୍ ସିଟିରେ ୪୦ ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ ।
ନାକାବନ୍ଦୀ କରି ରାତିରେ ପୋଲିସ ପକ୍ଷରୁ ପାଟ୍ରୋଲିଂ ଓ ଯାଞ୍ଚକୁ କଡାକଡି କରାଯିବ । ରାତି ୯ଟା ସୁଦ୍ଧା ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କର୍ଫ୍ୟୁ ସମୟରେ ଅତ୍ୟାବଶ୍ୟକ ସେବାକୁ ଅନୁମତି ମିଳିବ ।

ଅମାନିଆଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ସହ ଜରିମାନା ଆଦାୟ କରାଯିବ । ଗହଳି କି ନୂଆବର୍ଷ ଭୋଜି ଆୟୋଜନ ନକରିବା ପାଇଁ ଲୋକଙ୍କୁ ଅନୁରୋଧ କରାଯାଇଛି । ସର୍ବସାଧାରଣ ସ୍ଥାନରେ ଗହଳି ନକରିବା ପାଇଁ କୁହାଯାଇଛି । ଘରେ ରହି ନୂଆବର୍ଷ ପାଳନ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ପୋଲିସ କମିଶନର ।

Leave A Reply

Your email address will not be published.