Latest Odisha News

BREAKING NEWS

ମାହାଙ୍ଗାରେ ବିଜେପି ନେତାଙ୍କୁ ହତ୍ୟା

ଭୁବନେଶ୍ୱର : ରାଜନୈତିକ ଶତ୍ରୁୁତାରୁ ମାହାଙ୍ଗାରେ ହତ୍ୟାକାଣ୍ଡ । ହତ୍ୟାର ଶିକାର ହୋଇଛନ୍ତି ମାହାଙ୍ଗାର ବିଜେପି ନେତା ତଥା ମହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି।

ସୂଚନା ଅନୁୟାୟୀ, କୁଅଳମଣି ନିଜର ଜଣେ ସହେଯାଗୀଙ୍କ ସହ ବାଇକରେ ନୃତଙ୍ଗ ସ୍ଥିତ ଘରକୁ ଫେରୁଥିବା ବେଳେ ଜଂକୋଟି ନିକଟରେ ତାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ମାହାଙ୍ଗା ଡାକ୍ତରଖାନା ନିଆଯାଇଥିଲେ ସୁଦ୍ଧା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ସହେଯାଗୀଙ୍କୁ ମଧ୍ୟ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଏହି ଘଟଣାରେ ଦୋଷୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ପଦକ୍ଷେପ ନେବାକୁ ଦାବି ହୋଇଛି ।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଏହା ତାଙ୍କୁ ମର୍ମାହିତ କରିଥିବା ଟ୍ୱିଟରେ ଲେଖିଛନ୍ତି । ଏହି ଘଟଣାରେ ପ୍ରଶାସନ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ତାଙ୍କର ବିଶ୍ୱାସ ରହିଛି । ଶୋକସନ୍ତପ୍ତ ପରିବାର ବର୍ଗକୁ ସମେବଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍‌ାତି ଶ୍ରୀ ପ୍ରଧାନ ।

Leave A Reply

Your email address will not be published.