Latest Odisha News

BREAKING NEWS

ଆଗ୍ନିକମାନଙ୍କୁ ରାଜ୍ୟ ସରକାର ଯୋଗାଇଦେଲେ ଉନ୍ନତ ମାନର ସୁଟ୍‌

ଭୁବନେଶ୍ୱର: ନୂଆ ବର୍ଷରେ ଅଗ୍ନିଶମ କର୍ମଚାରୀମାନଙ୍କୁ ଫାୟାର ରେଜିଷ୍ଟାନ୍ସ ସୁଟ୍ ଯୋଗାଇ ଦିଆଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ୫୦୦ କର୍ମଚାରୀଙ୍କୁ ଏହା ଯୋଗାଇ ଦିଆଯାଇଛି । ପୂର୍ବରୁ ଖାକି ପୋଷାକ ପିନ୍ଧି ଆଗ୍ନିକମାନେ ନିଆଁ ଲିଭାଉଥିବା ବେଳେ ଅଧିକାଂଶ ସମୟରେ ସେମାନେ ପୋଡି ଯାଉଥିଲେ । ତେଣୁ ଏହି ସୁଟ୍ ସେମାନଙ୍କୁ ଏଥିରେ ଏବେ ରକ୍ଷା କରିବ ବୋଲି ଆଶା ରହିଛି ।

ଏହି ସୁଟ୍ ୮ଶହ ଡିଗ୍ରୀ ସେଲସିୟସ୍ ଯାଏଁ ନିଆଁର ଉତ୍ତାପକୁ ୧୦ରୁ ୨୦ ଯାଏଁ ସହ୍ୟ କରିପାରେ । ତେଣୁ ଆଗ୍ନିକମାନେ ନିଆଁରେ ଫଶି ରହିଥିବା ଲୋକଙ୍କୁ ସୁବିଧାରେ ବାହାର କରି ଆଣିପାରିବେ । ଏହାପରେ ଆଗ୍ନିକମାନଙ୍କୁ ଗମବୁଟ୍‌, ହେଲମେଟ୍‌, ନିଶ୍ୱାସ ପ୍ରଶ୍ୱାସ ପାଇଁ ଏକ ସେଟ୍ ଆଦି ଯୋଗାଇ ଦିଆଯିବ ।

Leave A Reply

Your email address will not be published.