Latest Odisha News

BREAKING NEWS

ସୌରଭ ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର; ଖୁବ୍‌ ଶୀଘ୍ର ହୋଇପାରନ୍ତି ଡିସ୍‌ଚାର୍ଜ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଅଧିନାୟକ ତଥା (ବିସିସିଆଇ)ର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ ଶନିବାର ଦିନ ଅପରାହ୍ନ ୩ଟା ସମୟରେ କୋଲକାତାର ଏକ ଘରୋଇ ଡାକ୍ତରଖାନାରେ କରୋନାରୀ ଆନ୍‌ଜିଓଗ୍ରାଫି କରିବା ପରେ ହାଲୁକା ରାତ୍ରୀ ଭୋଜନ କରିଥିଲେ। ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କୋଲ୍‌କାତା ସ୍ଥିତ ଉଡ୍‌ଲାଣ୍ଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଧମନୀରେ ତିନୋଟି ବ୍ଲକେଜ୍‌ ହୋଇଥିବା ଡାକ୍ତରଙ୍କ ପକ୍ଷରୁ ରିପୋର୍ଟ ମିଳିଥିଲା।

ଉଡ୍‌ଲାଣ୍ଡ୍‌ ହସ୍ପିଟାଲର କର୍ତ୍ତୃପକ୍ଷ କହିଛନ୍ତି ଯେ ପର୍ଚ୍ୟୁଟାନ୍ସ ଟ୍ରାନ୍ସଲୁମିନାଲ୍ କରୋନାରୀ ଆଞ୍ଜିଓପ୍ଲାଷ୍ଟି (ପିଟିସିଏସ୍) ଏବଂ ତାଙ୍କ ଡାହାଣ କରୋନାରୀ ଧମନୀରେ ଷ୍ଟେଣ୍ଟିଂ ରେଡିଆଲ୍ ମାର୍ଗ ମାଧ୍ୟମରେ କରାଯାଇଥିଲା।

ଗାଙ୍ଗୁଲି, ଭାରତର ଜଣେ ଶ୍ରେଷ୍ଠ ଅଧିନାୟକ ଭାବରେ ମାନ୍ୟତା ପାଇଛନ୍ତି। ତାଙ୍କ ଘରେ ଜିମରେ କାମ କରୁଥିବାବେଳେ ସକାଳ ପ୍ରାୟ ୧୧ ଟା ବେଳେ ସେ ଅସୁସ୍ଥ ଅନୁଭବ କରିଥିଲେ।

Comments are closed.