Latest Odisha News

BREAKING NEWS

ଆଜିଠୁ କଟକରେ ଖୋଲିଲା ସମସ୍ତ ଧର୍ମାନୁଷ୍ଠାନ

କଟକ: ଆଜିଠାରୁ କଟକରେ ଖୋଲିଛି ସମସ୍ତ  ଧର୍ମାନୁଷ୍ଠାନ। କୋଭିଡ୍ ଗାଇଡ ଲାଇନ ମୁତାବକ ମନ୍ଦିର ଖୋଲିବା ନେଇ ବିଜ୍ଞପ୍ତି ପ୍ରକାଶ କରିବା ସହ ଏସଓପି ଜାରି କରିଛି କଟକ ମହାନଗର ନିଗମ ପ୍ରଶାସନ।

ଗାଇଡ଼ଲାଇନ ଅନୁଯାୟୀ ଭକ୍ତ ଟୋକନ୍ ବ୍ୟବସ୍ଥାରେ ଧର୍ମାନୁଷ୍ଠାନରେ ପ୍ରବେଶ କରିପାରିବେ। ସେହିପରି ୬୫ଵର୍ଷରୁ ଅଧିକ ଵୟସ୍କ ଵ୍ୟକ୍ତି ଧର୍ମାନୁଷ୍ଠାନ ନଆସିଵାକୁ ମଧ୍ୟ ପରାମର୍ଶ ଦେଇଛି ସି ଏମ୍ ସି ପ୍ରଶାସନ ।

ମନ୍ଦିର ଭିତରକୁ ଏକକାଳୀନ ୨ ଜଣ ଭକ୍ତ ପ୍ରବେଶ କରିବେ ଏବଂ ଭକ୍ତ ଓ ସେବାୟତଙ୍କ ଭିତରେ ମଧ୍ୟ ଦୂରତା ବଜାୟ ରଖିବାକୁ ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି। ଅନ୍ୟ କୌଣସି ରୋଗରେ ଆକ୍ରାନ୍ତ ଥିଲେ ଧର୍ମାନୁଷ୍ଠାନ ନଆସିଵାକୁ ପରାମର୍ଶ ଦିଆଯାଇଛି।

Comments are closed.