Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶି ଫଳ
ତା ୦୭-୦୧-୨୦୨୧ ଗୁରୁବାର

ଆଜି ଦିନର ମହତ୍ତ୍ୱ
ଆଜି ହେଉଛି ୨୦୨୧ ମସିହା ଜାନୁଆରୀ ମାସ ତା ୭ ରିଖ ଗୁରୁବାର ଧନୁ ୨୪ ଦିନ ପୌଷ ମାସ ମାସ କୃଷ୍ଣ ପକ୍ଷ ନବମୀ ତିଥି ଚିତ୍ରା ନକ୍ଷତ୍ର ତୁଳା ଚନ୍ଦ୍ର
ଘାତ ବାର:- ତୁଳା ଓ କୁମ୍ଭ ରାଶିର
ଆଜିର ନିଷେଧ ଖାଦ୍ୟ :- ଲାଉ
ମେଷ:
ଆଜି ମାନସିକ ଅଶାନ୍ତି ଓ ପାରିବାରିକ ସମସ୍ଯା ଆପଣଙ୍କୁ ବିଚଳିତ କରାଇବ । ଯେଉଁ କାମରେ ହାତ ଦେଲେ ମଧ୍ୟ ସଫଳତା ବିଳମ୍ବରେ ମିଳିବ। କୌଣସି ପୂର୍ବ ସମସ୍ୟାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ କଳି ଲାଗିପାରେ।


ବୃଷ:
ଆଜି ଆପଣ ନିକଟ ସମ୍ପର୍କୀୟ ମାନଙ୍କ ସାହାଯ୍ୟ ଓ ସହଯୋଗ ପାଇ କାମ ଗୁଡିକ ସହଜରେ ସମ୍ପନ୍ନ କରିପାରିବେ। କଳା, ସାହିତ୍ୟ, ସଙ୍ଗୀତ, କ୍ଷେତ୍ରରେ ସଫଳତା ପାଇବେ । ମାଲିମକଦ୍ଦମା ନ୍ଯାୟ ଆପଣଙ୍କ ସପକ୍ଷରେ ମିଳିବ ।
ମିଥୁନ:
ଅନ୍ୟର ସାହାଯ୍ୟ ଆଜି ଆପଣଙ୍କୁ କର୍ମମୁଖର କରାଇବା ସହ ଆର୍ଥିକ ଉନ୍ନତି ଦିଗରେ ସହାୟକ ହେବ । ଆଜି ଫେରନ୍ତା ବାଟରେ ଅର୍ଥ ଲାଭ କରିବେ । ଶିଳ୍ପ, ଶିକ୍ଷା ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ ଉନ୍ନତି କରିବେ। ଆଲୋଚନା କ୍ଷେତ୍ରରେ କିମ୍ବା ରାଜନୈତିକ କ୍ଷେତ୍ରରେ ସମ୍ମାନିତ ହେବେ ।
କର୍କଟ:
ଆଜି ମନ ଚାହୁଁଥିବା ପ୍ରକାରେ କାମ କରିବା କଷ୍ଟକର ହୋଇପାରେ। ବକେୟା ଟଙ୍କା ପାଇବା ସକାଶେ ଯୁକ୍ତିତର୍କ ହୋଇପାରେ । ଶିଳ୍ପ, ବାଣିଜ୍ୟ, ପରିବହନ କ୍ଷେତ୍ରରେ ଲାଭବାନ ହେବେ । ଶାରୀରିକ ଓ ମାନସିକ ଶାନ୍ତି ମିଳିବ ।


ସିଂହ:
ନିଜର କାର୍ଯ୍ୟଦକ୍ଷତା ଓ ଦୃଢ ମନୋବଳ ଆଜିର ପ୍ରତ୍ୟେକ କାମକୁ ସାକାର କରିପାରିବ। ଆଜିର ଯାତ୍ରା ଆପଣଙ୍କୁ ଆନନ୍ଦ ପ୍ରଦାନ କରିବ ।ଗବେଷଣା, ଅନୁସନ୍ଧାନ, ଅଧ୍ୟୟନ ଓ ଅଧ୍ୟାପନା, ପ୍ରତିଯୋଗୀତା କ୍ଷେତ୍ରରେ ଉନ୍ନତି କରିବେ। ପରିବହନ, ନିର୍ମାଣ, ବାଣିଜ୍ୟ ବ୍ୟବସାୟ ସକାଶେ କୈାଣସି ପ୍ରତିବନ୍ଧକ ରହିବ ନାହିଁ ।
କନ୍ୟା:
ବନ୍ଧୁମାନଙ୍କ ସାହାଯ୍ୟ,ସହଯୋଗ ମାଧ୍ୟମରେ କାର୍ଯ୍ୟହାସଲ ସହ ଆର୍ଥିକ ସ୍ଥିତିକୁ ମଜ୍‌ବୁତ୍‌ କରିପାରିବେ। ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ବିରୋଧୀ ମାନେ ପରାଜୟ ହେବେ ।ଶାରୀରିକ ଓ ମାନସିକ ଶାନ୍ତି ମିଳିବ । ମହିଳାମାନେ ପ୍ରଶଂସନୀୟ ହେବେ ।
ତୁଳା:
ନିଜ ଲୋକମାନେ ଶତ୍ରୁତା କଲେ ମଧ୍ୟ କୈାଣସି କାମ ଅଟକି ରହିବ ନାହିଁ । କର୍ମକ୍ଷେତ୍ରରେ ସମସ୍ୟାର ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ। ଶିଳ୍ପ, ବ୍ୟବସାୟରେ ଲାଭବାନ୍‌ ହେବେ। ଅସମ୍ପୂର୍ଣ୍ଣ କାମକୁ ଆଜି ବୁଦ୍ଧି ବଳରେ ସମ୍ପୁର୍ଣ୍ଣ କରିବେ । ବନ୍ଧୁଙ୍କ ସହ ଭୁଲ୍‌ ବୁଝାମଣା ଜନିତ ଅଶାନ୍ତ ପରିବେଶ ସକାଶେ ଚିନ୍ତା ବଢିପାରେ।


ବିଛା:
ବାରମ୍ବାର ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଉଥିବାରୁ ମାନସିକ ଉଦ୍‌ବେଗ ବୃଦ୍ଧି ପାଇବ। ବ୍ୟବସାୟ, ବାଣିଜ୍ୟ, ନିର୍ମାଣ ଓ ପରିବହନ କ୍ଷେତ୍ରରେ ବାଦବିବାଦ ଦେଖା ଦେବ । ଦୀର୍ଘ ଦିନରୁ ରହି ଆସିଥିବା ଋଣ ପରିଶୋଧ କରିବା ସକାଶେ ଚିନ୍ତିତ ରହି ପାରନ୍ତି।
ଧନୁ:
ପାରିବାରିକ କ୍ଷେତ୍ରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇପାରେ। ଆଶା କରୁଥିବା ଦିଗରୁ ଅପରାହ୍ନରେ ପ୍ରାପ୍ତ ହେବେ । କୋଟ କଚେରୀ ମାମଲାରେ ବିଜୟ ଲାଭ କରିବେ ।ବିଦ୍ଯାର୍ଥୀ ମାନେ ବିଦ୍ଯାରେ କୃତିତ୍ବ ଅର୍ଜନ କରିବେ ।
ମକର:
ଆଜି ପ୍ରତିକୂଳ ପରିସ୍ଥିତିକୁ ଦୂରେଇବାରେ ସମର୍ଥ ହେବେ। ଜମିଜମା, ବିବାଦୀୟ କ୍ଷେତ୍ରରେ ସଫଳତା ପାଇବେ ।ବ୍ୟବସାୟ ଓ ବାଣିଜ୍ୟ, ପ୍ରଶାସନିକ ସ୍ତରରେ ଉନ୍ନତି ଘଟିବ। ନିର୍ମାଣାଧୀନ କାମକୁ ଆଗେଇ ନେବେ ।


କୁମ୍ଭ:
ଆଜି ଆପଣାକୁ ପ୍ରତ୍ୟେକ ଦିଗରୁ ସଫଳତା ପାଇବେ । ବ୍ୟବସାୟ ତଥା ପରିବହନ ସକାଶେ ଦିନଟି ବିଶେଷ ଭାବରେ ଅନୁକୂଳ ରହିବ। ଆନୁଷ୍ଠାନିକ କାମ,ସଭାସମିତି, ସାହିତ୍ୟ ଚର୍ଚ୍ଚା, ଚୁକ୍ତିପତ୍ର କ୍ଷେତ୍ରରେ ଅଶାନୁରୂପ ଫଳ ପାଇବେ। ଆର୍ଥିକ ସ୍ଥିତି ପୂର୍ବ ପରି ସୁଦୃଢ଼ ରହିବ ।
ମୀନ
ଦୀର୍ଘ ଦିନରୁ ଚିନ୍ତା କରିଥିବା ନୂତନ ଯୋଜନା କାର୍ଯ୍ୟକାରୀ ହେବ । ଯାତ୍ରା ସମୟରେ ନିଜ ଜିନିଷ ପ୍ରତି ସତର୍କ ରୁହନ୍ତୁ ନତୁବା ପରେ ଅନୁତାପ କରିବାକୁ ପଡିପାରେ। ଯେତେ ଭଲ କାମ କଲେ ମଧ୍ୟ ପରିବାରରେ ଅନ୍ୟମାନେ ଦୋଷ ଖୋଜିବେ । ପିଲା ମାନଙ୍କୁ କେନ୍ଦ୍ରକରି ହଠାତ୍‌ କାୈଣସି ଘଟଣା ମନକୁ ବିବ୍ରତ କରିପାରେ।

ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର ମୋବାଇଲ ନମ୍ବର: ୯୪୩୭୨୨୫୪୩୪

Leave A Reply

Your email address will not be published.