Latest Odisha News

BREAKING NEWS

୮ ମ୍ୟାଚ ପରେ ବିଜୟ ସ୍ୱାଦ ଚାଖିଲା ଓଡିଶା ଏଫସି, ୪-୨ରେ କେରଳ ବ୍ଲାଷ୍ଟର୍ସକୁ ହରାଇଲା

ଭୁବନେଶ୍ୱର: ଗୋଆର ବାମ୍ବୋଲିନ୍‌ଠାରେ ଗୁରୁବାର ଅନୁଷ୍ଠିତ ଆଇଏସଏଲର ଏକ ମ୍ୟାଚରେ ଓଡିଶା ଏଫସି ଚମତ୍କାର ପ୍ରଦର୍ଶନ କରି ୪-୨ ଗୋଲରେ କେରଳ ବ୍ଲାଷ୍ଟର୍ସକୁ ପରାସ୍ତ କରିଛି । କ୍ରମାଗତ ୮ ମ୍ୟାଚ ପରେ ଓଡିଶା ବିଜୟ ସ୍ୱାଦ ଚାଖିଛି । କେରଳ ପକ୍ଷରୁ ଜୋର୍ଡାନ ମୁରେ ମ୍ୟାଚର ୭ମ ମିନିଟରେ ଗୋଲ ସ୍କୋର କରିଥିଲେ । ମାତ୍ର ଏହା ପରେ ଓଡିଶା ଖେଳାଳି ସଂଗଠିତ ଭାବେ ଖେଳି ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ୨-୧ରେ ଅଗ୍ରଣୀ ହାସଲ କରି ନେଇଥିଲେ । ଜିକସନ ସିଂ ୨୨ତମ ଓ ଷ୍ଟିଭ ଟେଲର ୪୨ତମ ମିନିଟରେ ଏହି ୨ଟି ଗୋଲ ସ୍କୋର କରିଥିଲେ ।

ଦ୍ୱିତୀୟାର୍ଦ୍ଧରେ ଡିଏଗୋ ମୌରିସେ ୫୦ ଓ ୬୦ତମ ମିନିଟରେ ଡବଲ ଗୋଲ କରି ଦଳକୁ ୪-୧ରେ ଆଗୁଆ ରଖିଥିଲେ । ୭୯ତମ ମିନିଟରେ ଗ୍ୟାରୀ ହୁପର କେରଳ ପକ୍ଷରୁ ଗୋଲ କରିବା ଫଳରେ ଫଳାଫଳ ୪-୨ରେ ସମାପ୍ତ ହୋଇଥିଲା । ଏହି ମ୍ୟାଚ ପୂର୍ବରୁ ଓଡିଶା ଏକମାତ୍ର ଦଳ ଭାବେ କୌଣସି ମ୍ୟାଚରେ ବିଜୟ ହାସଲ କରି ନ ଥିଲା । ପ୍ରଭାବୀ ପ୍ରଦର୍ଶନ ପାଇଁ ମୌରିସେ ହୀରୋ ଅଫ ଦି ମ୍ୟାଚ ପୁରସ୍କାର ପାଇଥିଲେ । କ୍ଲବ ଆୱାର୍ଡ ଓଡିଶାକୁ ଏବଂ ଜେରୀ ମାୱିହିମିଙ୍ଗଥାଙ୍ଗାଙ୍କୁ ଡିଏଚଏଲ ୱିନିଂ ପାସ୍ ପୁରସ୍କାର ହାସଲ କରିଥିଲେ ।

Leave A Reply

Your email address will not be published.