Latest Odisha News

BREAKING NEWS

ଇଣ୍ଡିଆନ ବ୍ୟାଙ୍କରେ ଜେନେରେଟର ଜଳିଗଲା, ଅଳ୍ପକେ ବର୍ତ୍ତିଲେ ଗ୍ରାହକ

ବୁଗୁଡା: ଗଞ୍ଜାମର ବୁଗୁଡା ଶାଖ ଇଣ୍ଡିଆନ ବ୍ୟାଙ୍କରେ ଅଗ୍ନିକାଣ୍ଡ ଘଟିଛି।

ସୂଚନା ଅନୁଯାୟୀ, ପ୍ରତ୍ୟେକ ଦିନ ଭଳି ଜାନୁୟାରୀ ୭ ତାରିଖ ଦିନ ମଧ୍ୟ ଇଣ୍ଡିଆନ ବ୍ୟାଙ୍କରେ କାର୍ଯ୍ୟ ଆରମ୍ଭ ହୋଇଥିଲା। ଗ୍ରାହକଙ୍କ ଲମ୍ବା ଲାଇନ ମଧ୍ୟ ଲାଗିଥିଲା।

ହେଲେ ବିଦ୍ୟୁତ ନଥିବା ଯୋଗୁଁ କର୍ମଚାରୀ ଜଣଙ୍କ ଜେନେରେଟର ଚାଲୁ କରିବା କ୍ଷଣି କୌଣସି କାରଣରୁ ନିଆଁ ଲାଗି ଜଳିବାକୁ ଲାଗିଥିଲା ଜେନେରେଟର।ସଙ୍ଗେ ସଙ୍ଗେ ସମସ୍ତ ଗ୍ରାହକଙ୍କୁ ବ୍ୟାଙ୍କ ଭିତରୁ ବାହାର କରାଯାଇଥିଲା।

ପରେ ଦମକଳ ବାହିନୀକୁ ଖବର ଦେବାସହ ବ୍ୟାଙ୍କର ଅଗ୍ନି ନିର୍ବାପକ ଯନ୍ତ୍ର ଦ୍ୱାରା କର୍ମଚାରୀ ମାନେ ଅଗ୍ନିକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ।

ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଯାହା ଫଳରେ ଏକ ବଡ ଧରଣର ଦୁର୍ଘଟଣାରୁ ରକ୍ଷା ମିଳିଥିଲା।

Leave A Reply

Your email address will not be published.