Latest Odisha News

ଆବୁଧାବିରେ ନିର୍ମିତ ହେବ ପ୍ରଥମ ହିନ୍ଦୁ ମନ୍ଦିର, ଖର୍ଚ୍ଚ ହେବ ୯୦୦ କୋଟି

ଆବୁଧାବି: ଆବୁଧାବିରେ ନିର୍ମିତ ହେବ ପ୍ରଥମ ହିନ୍ଦୁ ମନ୍ଦିର । ୧୬.୭ ଏକର ଜମିରେ ୯୦୦ କୋଟି ବଜେଟରେ ଏହାକୁ ତିଆରି କରାଯାଉଛି । ପ୍ରାରମ୍ଭିକ ଅଟକଳ ଅନୁସାରେ ଏହା ୨୦୨୩ ଭିତରେ ସମ୍ପୂର୍ଣ୍ଣ ହୋଇଯିବ । ୟୁଏଇରେ ପ୍ରାୟ ୩୩ ଲକ୍ଷ ଭାରତୀୟ ରହୁଛନ୍ତି । ଏହି ମନ୍ଦିର ସେମାନଙ୍କ ଆସ୍ଥାର କେନ୍ଦ୍ର ହେବ ବୋଲି ଆଶା କରାଯାଉଛି । ମନ୍ଦିରରେ ୨୦୦୦ କଳାକୃତି ଲଗା ଯିବ ।

ରାଜସ୍ଥାନ ଓ ଗୁଜରାଟରେ ଏହି କଳାକୃତିର କାର୍ଯ୍ୟ ଆରମ୍ଭ ହୋଇଯାଇଛି । ମନ୍ଦିରର ବାହାର ଭାଗରେ ୧୨ ହଜାର ୨୫୦ ଟନ ଗୋଲାପୀ ରଙ୍ଗର ବଲୁଆ ପଥରରେ ନିର୍ମିତ ହେବ । ୫୦ ଡିଗ୍ରୀ ସେଲସିୟସ ତାପମାତ୍ରାରେ ଏହି ପଥର ଗରମ ହୁଏ ନାହିଁ । ଅକ୍ଷରଧାମ ମନ୍ଦିର ଶୈଳୀରେ ଏହାକୁ ନିର୍ମିତ ହେବ । ଦୁବାଇରେ ଶିବ, କୃଷ୍ଣଙ୍କ ମନ୍ଦିର ଏବଂ ଗୋଟିଏ ଗୁରୁଦ୍ୱାର ରହିଛି ।

Comments are closed.