Latest Odisha News

BREAKING NEWS

ବଣଭୋଜି କରିବାକୁ ଯିବା ବେଳେ ଦୁର୍ଘଟଣା, ଜଣେ ମୃତ ଓ ୭ ଆହତ

ସୁନ୍ଦରଗଡ଼: ବଣଭୋଜି କରିବାକୁ ଯାଉଥିଲେ । ବାଟରେ ଛକି ବସିଥିଲା ମୃତ୍ୟୁ । ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେଲା । ଜଣଙ୍କର ଜୀବନ ଯାଇଥିବା ବେଳେ ଆହତ ହୋଇଛନ୍ତି ସାତ ଜଣ । ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅନ୍ତର୍ଗତ ସବଡେଗାରେ ଏହି ଦୁର୍ଘଟଣା ଘଟିଛି ।

ଭାରସାମ୍ୟ ହରାଇ ବୋଲେରୋଟି ଗଛରେ ପିଟି ହେଲା । ଦୁର୍ଘଟଣାରେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି । ଆହତ ୭ ଜଣଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଝାରସୁଗୁଡ଼ାରୁ ଘୋଘରକୁ ବଣ ଭୋଜି କରିବାକୁ ଯାଉଥିଲେ ସମସ୍ତେ ।

Leave A Reply

Your email address will not be published.