Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶି ଫଳ
ତା ୧୧-୧-୨୦୨୧ ସୋମବାର

ଆଜି ଦିନର ମହତ୍ତ୍ୱ 
ଆଜି ହେଉଛି ୨୦୨୧ ମସିହା ଜାନୁଆରୀ ତା ୧୧ ରିଖ ସୋମବାର ଧନୁ ୨୮ ଦିନ ପୌଷ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ଭୁକ୍ତ ଚତୁର୍ଦ୍ଦଶୀ ତିଥି ଜ୍ୟେଷ୍ଠା ନକ୍ଷତ୍ର ବିଛା ଚନ୍ଦ୍ର
ଘାତ ବାର-: ମିଥୁନ ରାଶିର
ଘାତ ଚନ୍ଦ୍ର-: ସିଂହ କନ୍ୟା ଓ ମକର ରାଶି ମହିଳାଙ୍କର
ଆଜି: ବାଇଗଣ ଓ ବିରି ଦ୍ରବ୍ୟ ଖାଇବା ନିଷେଧ

ମେଷ
ଆଜି କର୍ମକ୍ଷେତ୍ରରେ ଆଶା ପୂରଣ ହେବ । ଆର୍ଥିକ ଅଭିବୃଦ୍ଧି ସହ ସମ୍ମାନିତ ହେବେ । ଭୁଲ୍‌ ବୁଝାମଣା କାରଣରୁ ପାରିବାରିକ ସମସ୍ୟା ବଢିପାରେ । ବାଣିଜ୍ୟ,ବ୍ୟବସାୟ ଲାଭବାନ ହେବେ। ବହୁ ଦିନର ବନ୍ଧୁଙ୍କ ସହ ମିଳନ ପାଇଁ ସୁଯୋଗ ଦେଖାଦେବ ।

ବୃଷ
କାମର ଚାପ ବଢିବାକୁ ନେଇ କଠୋର ପରିଶ୍ରମ ଜନିତ ପୀଡା ଅନୁଭବ କରିପାରନ୍ତି। ସକାଳୁ ସକାଳୁ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ମହିଳାମାନଙ୍କ କାର୍ଯ୍ୟ ପ୍ରଶଂସନୀୟ ହେବ।

ମିଥୁନ
ସ୍ଥଗିତ କାମକୁ ପଡୋଶୀଙ୍କ ସହାୟତାରେ ସମ୍ପନ୍ନ କରିବେ । ପାରିବାରିକ କ୍ଷେତ୍ରରେ ବୁଝାମଣା ଭିତ୍ତିରେ କିମ୍ବା ସହମତିରେ କାମ କଲେ ଉପକୃତ ହେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସୁବିଧାରେ କାମ ହାସଲ କରିବେ।

କର୍କଟ
ଆଜି ଦିନଟି ବହୁତ ଭଲରେ ଅତିବାହିତ ହେବ। ନୂତନ ସମ୍ପର୍କ, ଉଚ୍ଚ ସମ୍ମାନ ପ୍ରାପ୍ତି ହେବ। ନିକଟ ଅତୀତର ସମସ୍ୟାଗୁଡିକର ସମୀକ୍ଷା କରି ତଦନୁଯାୟୀ କାର୍ଯ୍ୟପନ୍ଥା ସ୍ଥିର କରିବାକୁ ମନସ୍ଥ କରିପାରନ୍ତି। ନିର୍ମାଣାଧୀନ ଗୃହକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହେବାର ଆଶଙ୍କା ରହିଛି।

ସିଂହ
ସବୁ ଥାଇ ମଧ୍ୟ କିଛି ନ ଥିବା ପରି ନୈରାଶ୍ୟତା ମଧ୍ୟରେ ସମୟ କଟାଇବେ। ଆଜି ଯେମିତି ଚାହୁଁଛନ୍ତିି ଠିକ୍‌ ସେହିଭଳି କାମ ଗୁଡିକ ସମ୍ପନ୍ନ ହେବାରେ କୌଣସି ସୁବିଧା ଜୁଟି ନ ପାରେ। ସାମାନ୍ୟ ବଚସାରୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ତିକ୍ତତା ସୃଷ୍ଟି ହୋଇପାରେ। ପାରିବାରିକ ସ୍ଥିତି , ଆର୍ଥିକ ଉନ୍ନତି ପୂର୍ବପରି ବଳବତ୍ତର ରହିବ।

କନ୍ୟା
ପରିବାରରେ ରହିଆସିଥିବା ସମସ୍ୟାଜନିତ ଅଶାନ୍ତି ସମାଧାନ ହୋଇ ଯିବ । ଚେଷ୍ଟା କରୁଥିବା କାମ ସକାଶେ ଆନୁଷଙ୍ଗିକ ସୁବିଧା ସୁଯୋଗ ସହକର୍ମୀଙ୍କ ଠାରୁ ପାଇପାରିବେ। ସାହିତ୍ୟ, କଳା ସଙ୍ଗୀତ କ୍ଷେତ୍ରରେ ପ୍ରଶଂସିତ ହେବେ ।

ତୁଳା
ପାରିବାରିକ ଜୀବନ ସୁଖପ୍ରଦ ହେବ। କର୍ମକ୍ଷେତ୍ରରେ ସାମୟିକ ବିଚଳିତ ଅନୁଭବ କରିବେ। ଆଲୋଚନା କ୍ଷେତ୍ରରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ । ବ୍ୟବସାୟରେ ମନାନ୍ତର ଦେଖାଦେଇପାରେ।

ବିଛା
ଆଜି ଆପଣଙ୍କ ପ୍ରତ୍ୟେକ କାମକୁ ନିର୍ବିଘ୍ନରେ ସମାପନ କରିବା ସହ ଆଶା ଓ ଅଭିଳାଷ ପୂରଣ ହେବ। ପୂର୍ବ ସ୍ଥିରୀକୃତ ନୂଆ ଯୋଜନାକୁ ବାସ୍ତବ ରୂପ ଦେବାର ଯୋଜନା କଲେ ଅବଶ୍ୟ ସଫଳ ହେବେ। ଆନୁଷ୍ଠାନିକ କ୍ଷେତ୍ରରେ ସାମୂହିକ ସମସ୍ୟାର ସରଳ ସମାଧାନ କରି ପରୋକ୍ଷ ଭାବରେ ପ୍ରଶଂସିତ ହେବେ।

ଧନୁ
ସନ୍ଦେହ ଓ ଭୁଲ୍‌ ବୁଝାମଣା ଜନିତ କୌଣସି ପାରିବାରିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ସାଂସ୍କୃତିକ ଉତ୍ସବ ନିମନ୍ତେ ଅନୁରୋଧ ପତ୍ର ପାଇ ଆନନ୍ଦ ଅନୁଭବ କରିପାରନ୍ତି। ବ୍ୟବସାୟରୁ ଲାଭବାନ ହେବେ। କୌଣସି ଶୁଭଖବର ପାଇଁ ମନ ଆନନ୍ଦିତ ହେବେ ।

ମକର
ଯାତ୍ରା ସମୟରେ ସତର୍କତା ଅଭାବରୁ ଆଘାତ ଲାଗିବାର ସମ୍ଭାବନା ରହିଛି। କୌଣସି ଅଜଣା ଲୋକ ଦ୍ୱାରା ତର୍କବିତର୍କ କିମ୍ବା ହଇରାଣ ହରକତ ହେବାକୁ ପଡିପାରେ। ବ୍ୟବସାୟିକ ଦୃଷ୍ଟିକୋଣରୁ କିମ୍ବା ନୂତନ କର୍ମାରମ୍ଭ ସକାଶେ ଦିନଟି ବହୁତ ଭଲ ରହିବ।

କୁମ୍ଭ
ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇବେ। ଯୁକ୍ତିତର୍କ କରି ପରି ଶେଷରେ ଅପଦସ୍ଥ କିମ୍ବା ଅସମ୍ମାନିତ ହୋଇପାରନ୍ତି। ପାରିବାରିକ ସ୍ତରରେ ସ୍ତ୍ରୀଙ୍କ ସାହାଯ୍ୟ ଓ ଦୂରଦର୍ଶିତା କାରଣରୁ ମନୋବଳ ବୃଦ୍ଧି ପାଇବ ।

ମୀନ
କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ। ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟର ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ । ବିବାଦୀୟ ଘଟଣାରେ ନୀରବ ରୁହନ୍ତୁ। ଛାତ୍ର ଛାତ୍ରୀ ମାନେ ବିଦ୍ୟାରେ ସଫଳତା ହାସଲ କରିବେ।

ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର ମୋବାଇଲ ନମ୍ବର: ୯୪୩୭୨୨୫୪୩୪

 

Leave A Reply

Your email address will not be published.