Latest Odisha News

BREAKING NEWS

ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଅନୁଗୁଳରେ ବିଜେପିର ମିଶ୍ରଣ ପର୍ବ 

ଅନୁଗୁଳ: କେନ୍ଦ୍ର ପେଟ୍ରୋଲିୟମ ଓ ଗ୍ୟାସ , ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୁଳ ଗସ୍ତରେ ଆସି ବିଜେପି ମିଶ୍ରଣ ପର୍ବର ଯୋଗ ଦେଇଥିଲେ । ରାଣିଗୁଡାସ୍ଥିତ ଜିଲ୍ଲା ପାର୍ଟି ଅଫିସରେ ଏହି ମିଶ୍ରଣ ପର୍ବ ହୋଇଥିବା ବେଳେ କଂଗ୍ରେସ ଛାଡି ପାଲଲହଡ଼ାର ବିଧାୟକ ପ୍ରାର୍ଥୀ ସୁବୋଧ ପାଣି ଓ ଅନୁଗୁଳର କିଛି କଂଗ୍ରେସ ନେତା ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି ।

ରବିବାର ଅପରାହ୍ନରେ ଶ୍ରୀଯୁକ୍ତ ପ୍ରଧାନ ଅନୁଗୁଳ ସର୍କିଟ ହାଉସ ଠାରେ ପହଁଚିବା ପରେ ଏକ ମୋଟରସାଇକେଲ ଶୋଭାଯାତ୍ରାରେ ବିଜେପି କାର୍ଯ୍ୟାଳୟ ପହଞ୍ଚିଥିଲେ। ଏହାପରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ତେବେ ଏହି ଗସ୍ତ ସମୟରେ କେନ୍ଦ୍ରମନ୍ତ୍ରୀ , ଅନୁଗୁଳ ଜିଲ୍ଲା ତାଳଚେର ଠାରେ ୫ ଶହ କୋଟି ରୁ ଉର୍ଦ୍ଧ୍ବ ଟଙ୍କାରେ ନିର୍ମାଣ ହୋଇଥିବା ମେଡିକାଲ କଲେଜକୁ ନେଇ କହିଛନ୍ତି ଯେ, ଏମସିଏଲ ଓ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ସହିତ ଚାଲିଛି ଆଲୋଚନା କରାଯାଉଛି । ଖୁବଶୀଘ୍ର ଏହାର ସମାଧାନ ହେବ । ନାଲକୋ ଠାରେ ନିର୍ମାଣ ହୋଇଥିବା ଏଲଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟ , କୋଭିଡ ହସ୍ପିଟାଲ ହୋଇଥିବାରୁ ବିଳମ୍ବ ହୋଇଛି ।

କୋଭିଡ ହସ୍ପିଟାଲ ଉଠିଗଲା ପରେ ଚକ୍ଷୁ ଚିକିତ୍ସାଳୟ କାମ ଆରମ୍ଭ ହେବ । ସେପଟେ ତାଳଚେର TTPS ବନ୍ଦ ହୋଇଯିବା ନେଇ ଯେଉଁ ଆଲୋଚନା ଓ ବିବାଦର ମୁଣ୍ଡ ଟେକିଥିଲା ଏଥିରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୂର୍ଣଛେଦ ପକାଇଛନ୍ତି । ଏହି ପ୍ଳାଣ୍ଟ ବନ୍ଦ ହେବ ନାହିଁ ବୋଲି ସେ କହିଛନ୍ତି । ଏହି ମିଶ୍ରଣ ପର୍ବରେ ଶତାଧିକ ବିଜେଡି ଓ କଂଗ୍ରେସ ଦଳ ଛାଡି ଆଜି ବିଜେପିରେ ଯୋଗ ଦେଇଥିଲେ । ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ଭରସା ରଖି ଏହି ନେତା ଓ କର୍ମୀ ବିଜେପିରେ ଯୋଗ ଦେଇଛନ୍ତି ଆଉ ସେମାନଙ୍କ ଯୋଗଦାନ ଦଳକୁ ସୁଦୃଢ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Leave A Reply

Your email address will not be published.