Latest Odisha News

BREAKING NEWS

ଲଣ୍ଡନରୁ ଦିଲ୍ଲୀ ଆସିଥିବା ଏୟାର ଇଣ୍ଡିଆ ବିମାନରେ ୪ ଜଣ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ଲଣ୍ଡନ-ଦିଲ୍ଲୀ ବିମାନରେ ଯାତ୍ରା କରୁଥିବା ୪ ଜଣ ଯାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଜେନେଷ୍ଟ୍ରିଙ୍ଗ୍ ଡାଇଗ୍ନୋଷ୍ଟିକ୍ ସେଣ୍ଟରର ଜଣେ ବରିଷ୍ଠ ଅଧିକାରୀ ସୋମବାର କହିଛନ୍ତି ଯେ ଏୟାର ଇଣ୍ଡିଆର ଲଣ୍ଡନ-ଦିଲ୍ଲୀ ବିମାନରେ ଯାତ୍ରା କରୁଥିବା ଚାରି ଜଣ ଯାତ୍ରୀଙ୍କ ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। କୋଭିଡ୍‌-୧୯ ପାଇଁ ଆସୁଥିବା ଯାତ୍ରୀମାନଙ୍କୁ ପରୀକ୍ଷା କରିବା ପାଇଁ ଜେନଷ୍ଟ୍ରେସ୍ ଦିଲ୍ଲୀ ବିମାନବନ୍ଦରରେ ଏକ ଲ୍ୟାବ୍ ପରିଚାଳନା କରାଯାଇଛି।

ଡାଇଗ୍ନୋଷ୍ଟିକ୍ ସେଣ୍ଟରର ପ୍ରତିଷ୍ଠାତା ଗୌରୀ ଅଗ୍ରୱାଲ କହିଛନ୍ତି ଯେ ଏୟାର ଇଣ୍ଡିଆର AI162 ବିମାନ ରବିବାର ଦିନ ୧୦.୩୦ ସମୟରେ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିଛି। ବିମାନରେ ଆସୁଥିବା ସମସ୍ତଙ୍କର ପରୀକ୍ଷା ତିନି ଘଣ୍ଟା ମଧ୍ୟରେ ଶେଷ ହୋଇଥିଲା ଏବଂ ଯାତ୍ରୀମାନଙ୍କୁ ୭.୫ ଘଣ୍ଟା ମଧ୍ୟରେ ଯିବାକୁ ଅନୁମତି ଦିଆଯାଇଥିଲା। ସେ କହିଛନ୍ତି ଏୟାର ଇଣ୍ଡିଆର AI162 ଲଣ୍ଡନ-ଦିଲ୍ଲୀ ବିମାନରେ ସମୁଦାୟ ୧୮୬ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ଚାରିଜଣ କରୋନା ପଜିଟିଭ୍ ବୋଲି ଜଣାପଡିଛି।

Comments are closed.