Latest Odisha News

ନବରଙ୍ଗପୁରରେ ବ୍ରିଜ ଭୁଶୁଡ଼ିବା ଘଟଣା, କଣ୍ଟ୍ରାକ୍ଟର ବିରୋଧରେ ମାମଲା ରୁଜୁ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଏକ ନିର୍ମାଣାଧୀନ ବ୍ରିଜ ଭୁଶୁଡ଼ିବାର ଗୋଟିଏ ଦିନ ପରେ ଜଣେ କଣ୍ଟ୍ରାକ୍ଟର ଏବଂ ଦୁଇ ଇଞ୍ଜିନିୟରଙ୍କ ବିରୋଧରେ ଉମରକୋଟ୍ ଥାନାରେ ମାମଲା ରୁଜୁ ହୋଇଛି।

ଉଲ୍ଲେଖଯୋଗ୍ୟ, ରବିବାର ସନ୍ଧ୍ୟାରେ ନବରଙ୍ଗପୁର ଜିଲ୍ଲାରେ ଏକ ନିର୍ମାଣାଧୀନ ବ୍ରିଜର କଂକ୍ରିଟ ସ୍ଲାବ ଖସି ପଡ଼ିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ହେବା ସହ ୬ ଜଣ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଉମରକୋଟ ଅଞ୍ଚଳର ତାଳପଦର ନିକଟ ବିଜୁ ସେତୁରେ ଶ୍ରମିକମାନେ କାମ କରୁଥିବା ବେଳେ ଦୁର୍ଭାଗ୍ୟବଶତଃ ଏକ ସ୍ଲାବ ଭୁଶୁଡି ପଡିଥିଲା। ଯେଉଁ ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହେବା ସହ ୩ ଜଣ ଆହତ ହୋଇଥିଲେ।

ତେବେ ଗତକାଲି ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଉନ୍ନୟନ କମିଶନର ପ୍ରଦୀପ ଜେନା । ଆଉ ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନବରଙ୍ଗପୁର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ସେ।

Comments are closed.