Latest Odisha News

BREAKING NEWS

କୋଭିସିଲ୍ଡ ପରେ ଭୁବନେଶ୍ୱର ଆସିଲା କୋଭାକ୍ସିନ ଟିକା

ଭୁବନେଶ୍ୱର: କାଲି ଆସିଥିଲା ସେରମ ଇନଷ୍ଟିଚ୍ୟୁଟର କରୋନା ଭ୍ୟାକସିନ୍ କୋଭିସିଲଡ୍ । ଆଜି ଓଡ଼ିଶାରେ ପହଞ୍ଚିଛି ଭାରତ ବାୟୋଟେକର କରୋନା ଟିକା କୋଭାକ୍ସିନ୍ । ହାଇଦ୍ରାବାଦରୁ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ପହଞ୍ଚିଛି । ପ୍ରଥମ ପର୍ଯ୍ୟାୟରେ ୨୦ହଜାର ଡୋଜ୍ କୋଭାକ୍ସିନ୍ ଟିକା ପହଞ୍ଚିଥିବା ସୂଚନା ମିଳିଛି । କୋଭାକ୍ସିନକୁ ଭାରତ ବାୟୋଟେକ ଓ ଆଇସିଏମଆଇ ମିଳିତ ଭାବରେ ବିକଶିତ କରିଛନ୍ତି ।

ବିମାନବନ୍ଦରରୁ ଟିକାକୁ ରାଜ୍ୟ ଭ୍ୟାକସିନ୍ ସେଣ୍ଟରରେ ରଖାଯାଇଛି । ଏଠାରୁ ବିଭିନ୍ନ ସ୍ଥାନକୁ ବଣ୍ଟନ କରାଯିବ । ଗତକାଲି ଭୁବନେଶ୍ୱରରେ ପହଞ୍ଚିଥିଲା କୋଭିସିଲ୍ଡ ଭ୍ୟାକସିନ୍ । ପାଖପାଖା ୪୦ହଜାର ୮୦୦ ଭାଏଲ୍ ଟିକା ଆସିଛି । ରାଜ୍ୟ ଟିକା ଉଣ୍ଡାରରେ ସଂରକ୍ଷିତ ରହିଛି କୋଭିସିଲ୍ଡ ଟିକା ।

Leave A Reply

Your email address will not be published.