Latest Odisha News

କୋରାପୁଟରୁ ଜବତ ହେଲା ପ୍ରାୟ ୧୪ ଲକ୍ଷ ଟଙ୍କାର ଗଞ୍ଜେଇ; ୨ ଗିରଫ

କୋରାପୁଟ: କୋରାପୁଟ ଜିଲ୍ଲା ମାଛକୁଣ୍ଡ ଆନ୍ଧ୍ର ସୀମାନ୍ତ ବାରଟି ଅଞ୍ଚଳରୁ ବିପୁଳ ଗଞ୍ଜେଇ ବିହାର ଚାଲାଣ ବେଳେ ଚଢ଼ାଉ କରି ଧରିଛି ମାଛକୁଣ୍ଡ ଲମତାପୁଟ ପୋଲିସ ।

ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ନନ୍ଦପୁର ଏସଡ଼ିପିଓଙ୍କ ନେତୃତ୍ଵରେ ମାଛକୁଣ୍ଡ ପୋଲିସ ଓଡିଶା ସୀମାରେ  ନାକା ବନ୍ଦୀ କରିଥିଲେ । ଆନ୍ଧ୍ରା ପଟୁ  ଦ୍ରୁତ ଗତିରେ ଆସୁଥିବା ନମ୍ବର ବିହୀନ ବୋଲେରକୁ  ଅଟକାଇବା ପାଇଁ ପୋଲିସ ଚେଷ୍ଟା କରିଥିବା ବେଳେ ଏହା ବ୍ୟାରିକେଟ  ଭାଙ୍ଗି  ସେଠାରୁ  ଖସି ପଳାଇବାରେ ସକ୍ଷମ ହୋଇଥିବା ବେଳେ ପ୍ରାୟ ୨୫ କିଲୋମିଟର ଦୂର ଲମତାପୁଟ  ନିକଟ କନାଗାଁ ଛକର ନାକା ବନ୍ଦୀରେ ଧରା ପଡ଼ିଥିଲେ ଗଞ୍ଜେଇ ମାଫିଆ। ମାଛକୁଣ୍ଡ ପୋଲିସ ଏବଂ ଲମତାପୁଟ ପୋଲିସ ଗଡିକୁ ଜବତ କରିବା ସହ ଦୁଇ ଗଞ୍ଜେଇ ମାଫିଆ ଙ୍କୁ କାବୁ କରିବାରେ ସଫଳ ହୋଇଛନ୍ତି ।

ଏଥିରୁ ବିପୁଳ ପରିମାଣରେ ଗଞ୍ଜେଇ ସହ ଦୁଇ ଜଣକୁ ଅଟକ ରଖିଛି ପୋଲିସ।   ଏହି ବୋଲେରରେ ପ୍ରାୟ  ୧ କ୍ବିଣ୍ଟାଲ ୩୪ କେଜି  ଗଞ୍ଜେଇ ଥିବା ଜାଣିବାକୁ ପାଇଛି ପୋଲିସ ଏହାର ମୂଲ୍ୟ ପ୍ରାୟ ୧୪ ଲକ୍ଷ ହେବ ବୋଲି ପୋଲିସ ସୂଚନା ଦେଇଛି ।

Comments are closed.