Latest Odisha News

BREAKING NEWS

ଆଜିଠୁ ଆରମ୍ଭ ହେଲା ଭିତରକନିକାରେ କୁମ୍ଭୀର ଗଣନା

ପଟ୍ଟାମୁଣ୍ଡାଇ: ଜାତୀୟ ଉଦ୍ୟାନ ଭିତରକନିକାରେ ଆଜିଠୁ କୁମ୍ଭୀର ଗଣନା ଆରମ୍ଭ ହୋଇଛି। ଏହି ଗଣନା କାର୍ଯ୍ୟ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଚାଲିବା ନେଇ ସୂଚନା ମିଳିଛି। ଏହି ଗଣନା କାର୍ଯ୍ୟରେ କୁମ୍ଭୀର ବିଶାରଦ ଡକ୍ଟର ସୁଧାକର କରଙ୍କ ନେତୃତ୍ବରେ୨୨ଟି ଟିମ୍ ନିୟୋଜିତ ହୋଇଛନ୍ତି। ପ୍ରତି ଟିମ ରେ ୫ ଜଣ ଲେଖାଏଁ ସଦସ୍ୟ ରହି ଗଣନା କାର୍ଯ୍ୟ କରିବେ।

ରାଜନଗର, କନିକା, ଗହୀରମଥା ଓ ମହାକାଳପଡ଼ା ଏହି ୪ ଟି ରେଞ୍ଜ ରେ ଗଣନା କାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି। ଏହି ସମୟରେ ଜାତୀୟ ଉଦ୍ୟାନ ଭିତରକନିକା ରେ ପର୍ଯ୍ୟଟକମାନେ ବୋଟ ଯୋଗେ ବୁଲିବା ନିଷେଧ କରାଯାଇଛି ବୋଲି ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.