Latest Odisha News

BREAKING NEWS

ଚୀନ୍‌ ବିରୋଧରେ ଟ୍ରମ୍ପ୍‌ ପ୍ରଶାସନର କଠୋର ଆଭିମୁଖ୍ୟ ଗ୍ରହଣ; ଅଡୁଆରେ ବାଇଡେନ୍‌ ସରକାର

ୱାଶିଂଟନ୍: ଦକ୍ଷିଣ ଚୀନ୍ ସାଗର ମାମଲାରେ ଆମେରିକା ଚୀନ୍ ଉପରେ ନୂଆ ପ୍ରତିବନ୍ଧକ ଲଗାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଗୁରୁବାର ଏ ଦିଗରେ ଦୃଢ ପଦକ୍ଷେପ ନେଇଛି। ଆମେରିକାର  ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଚୀନ୍ ସହ କୂଟନୈତିକ ସମ୍ପର୍କ ପରିଚାଳନା କରିବା ପାଇଁ ଟ୍ରମ୍ପଙ୍କ ପଦକ୍ଷେପ କଷ୍ଟକର ହେବ। ୨୦ ଜାନୁଆରୀରେ ବାଇଡେନ ରାଷ୍ଟ୍ରପତି ଭାବରେ ଦାୟିତ୍ବ ଗ୍ରହଣ କରିବେ। ତାଙ୍କର ଶେଷ ଦିନରେ ଟ୍ରମ୍ପ ପ୍ରଶାସନ ଚୀନ୍‌ର ଅନେକ ଅଧିକାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।
ଆମେରିକା ପ୍ରଶାସନ କହିଛି ଯେ ଏହି ଲୋକମାନେ ଦକ୍ଷିଣ ଚୀନ୍ ସାଗର ଅଞ୍ଚଳରେ ଚଳପ୍ରଚଳ ସ୍ୱାଧୀନତାର ଆନ୍ତର୍ଜାତୀୟ ନିୟମକୁ ଉଲ୍ଲଂଘନ କରିଛନ୍ତି। ପ୍ରଶାସନ ଏହା ମଧ୍ୟ କହିଛି ଯେ ଚୀନ୍‌ର ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଚାଇନା ନ୍ୟାସନାଲ ଅଫଶୋର ତୈଳ ନିଗମ ମଧ୍ୟ ସେହି କମ୍ପାନୀ ତାଲିକାରେ ସ୍ଥାନିତ ହେବ ଯେଉଁଥିରେ ଆମେରିକାର ନାଗରିକମାନେ ବ୍ୟବସାୟ କରିବାକୁ ବାରଣ କରିଛନ୍ତି। ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ ଏହି ନୂତନ ପ୍ରତିବନ୍ଧକ ଘୋଷଣା କରିଛନ୍ତି।
ସେ କହିଛନ୍ତି ଯେ ଦକ୍ଷିଣ ଚୀନ୍ ସାଗରରେ ଚୀନ୍ ଏହାର ଆଚରଣ ସଂଶୋଧନ ନକରିବା ପର୍ଯ୍ୟନ୍ତ ଆମେ ଚୀନ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରଖିବୁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସ୍ୱାର୍ଥ ରକ୍ଷା କରିବାକୁ ଚେଷ୍ଟା କରୁଥିବା ଏହି ଦକ୍ଷିଣ ପୂର୍ବ ଏସୀୟ ଦେଶମାନଙ୍କ ସହ ଆମେରିକା ଛିଡା ହୋଇଛି।

Comments are closed.