Latest Odisha News

BREAKING NEWS

ଟ୍ରାଏଲ୍ ରୁମରେ ଯୁବତୀଙ୍କ ଫଟୋ ଉଠାଇ ଫସିଲେ ଯୁବକ 

କେନ୍ଦୁଝର: କେନ୍ଦୁଝରର ଏକ ସପିଂ ମଲରେ ଜଣେ ଯୁବତୀ ଟ୍ରାଏଲ ରୁମରେ ଥିବା ବେଳେ ହଠାତ୍ କ୍ୟାମେରା ଦେଖି ଚକିତ ହୋଇପଡ଼ିଥିଲେ। ପରେ ଆଲାର୍ମ ବାଜିବାରୁ ଦୌଡ଼ି ଆସିଥିଲେ ସିକ୍ୟୁରିଟି ଗାର୍ଡ।

ପରେ ମଲ୍‌ର ସୁରକ୍ଷା କର୍ମୀ ଜଣକ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଥିଲେ। ଖବର ଅନୁଯାୟୀ, ଜଣେ ଯୁବତୀ ଟ୍ରାଏଲ୍ ରୁମରେ ଡ୍ରେସ୍ ବଦଳାଉଥିବା ବେଳେ ଅନ୍ୟପଟ ଟ୍ରାଏଲ ରୁମ ଉପରେ କିଛି ଜିନିଷ ଥିବା ଦେଖିଥିଲେ।

ହେଲେ ତାହା ଏକ କ୍ୟାମେରା ଫୋନ୍ ବୋଲି ଜାଣିବା ପରେ ସେ ଆଲାର୍ମ ବୁଝାଇଥିଲେ। ଯାହା ପରେ ମଲର ସୁରକ୍ଷା କର୍ମୀମାନେ ଟ୍ରାଏଲ ରୁମକୁ ଯାଇ ଜଣେ ବ୍ୟକ୍ତିକୁ ଧରିଥିଲେ।

ତେବେ ତାକୁ ପୋଲିସକୁ ହସ୍ତାନ୍ତର କରାଯାଇଥିବା ନେଇ ସୂଚନା ମିଳିଛି।

Comments are closed.