Latest Odisha News

BREAKING NEWS

ପରଲୋକରେ ଓଲିଉଡ ଜଗତର ବରିଷ୍ଠ ଅଭିନେତା ରବି ମିଶ୍ର

ଭୁବନେଶ୍ୱର: ଓଲିଉଡର ବରିଷ୍ଠ ଅଭିନେତା ରବି ମିଶ୍ର ଙ୍କର ଆଜି ପରଲୋକ ହୋଇଛି। ହୃଦଘାତ କାରଣରୁ ତାଙ୍କର ଦେହାନ୍ତ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି।

ଗତ କିଛି ଦିନ ହେଲା ସେ ଅସୁସ୍ଥ ଥିଲେ। ଆଜି ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି।

ଶ୍ରୀ ମିଶ୍ରଙ୍କ ବିୟୋଗରେ ଓଲିଉଡ ତଥା ଟେଲି ଜଗତରେ ଶୋକର ଛାୟା ଖେଳିଯାଇଛି।

ସେ ଅନେକଗୁଡିଏ ସିରିଏଲ୍‌ ଏବଂ ଚଳଚ୍ଚିତ୍ରରେ ନିଜର ଦକ୍ଷତା ପ୍ରମାଣିତ କରିଛନ୍ତି। ଟେଲି ସିରିଏଲ ‘ଗୋପାଳ ରହସ୍ୟ’ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ। ଯାହା ବେଶ୍ ଲୋକପ୍ରିୟତା ହାସଲ କରିଥିଲା।

Comments are closed.