Latest Odisha News

BREAKING NEWS

ଦେଶରେ ୨ଲକ୍ଷ ତଳକୁ ଖସିଲା କରୋନା ଆକ୍ଟିଭ୍ କେସ୍, ଆଜି ୧୩ ହଜାର ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବରେ ଖସୁଛି କରୋନା ଆକ୍ଟିଭ୍ କେସ । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବି କମିଛି । ଦେଶରେ ୨ ଲକ୍ଷ ତଳକୁ ଖସିଛି କରୋନା ସକ୍ରିୟ ମାମଲା । ବର୍ତ୍ତମାନ ସୁଦ୍ଧା ୧ଲକ୍ଷ ୯୭ହଜାର ୨୦୧ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୩ହଜାର ୮୨୩ ନୂଆ ଆକ୍ରାନ୍ତ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୫ଲକ୍ଷ ୯୫ହଜାର ୬୬୦କୁ ବୃଦ୍ଧି ପାଇଛି ।
ବଢୁଛି ସୁସ୍ଥହାର । ବର୍ତ୍ତମାନ ସୁଦ୍ଧା ଦେଶରୁ ୯୬.୭୦% କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କଲେଣି । ସୁସ୍ଥ ସଂଖ୍ୟା ୧କୋଟି ୨ଲକ୍ଷ ୪୫ହଜାର ୭୪୧ । ଗତ ୨୪ଘଣ୍ଟାରେ ଆରୋଗ୍ୟ ଲାଭ କରିଛନ୍ତି ଆଉ ୧୬ହଜାର ୯୮୮ ସଂକ୍ରମିତ ।

ଏବେ ଦେଶରେ ଦୁଇ ଶହରୁ କମ୍ ଦୈନିକ ଡେଥ୍ କେସ ସାମନାକୁ ଆସୁଛି । ଗତ ୨୪ ଘଣ୍ଟା ଭିତରେ ଆଉ ୧୬୨ ଆକ୍ରାନ୍ତ ମହାମାରୀରେ ପ୍ରାଣ ହରାଇଛନ୍ତି । ମୋଟ୍ ମୃତ୍ୟୁସଂଖ୍ୟା ୧ଲକ୍ଷ ୫୨ହଜାର ୭୧୮ । ମୃତ୍ୟୁହାର ରହିଛି ୧.୪୪%।

Leave A Reply

Your email address will not be published.