Latest Odisha News

ୟୁପିବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପହାର; ପିଏମ୍‌ ଆବାସ ଯୋଜନା ଅଧୀନରେ ୬ ଲକ୍ଷ ଲୋକଙ୍କୁ ମିଳିଲା ୨,୬୯୧ କୋଟି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ୟୁପିର ଲକ୍ଷ ଲକ୍ଷ ଲୋକଙ୍କୁ ଉପହାର ଦେଇଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୋଦୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମିଣ (PMAY-G) ଅଧୀନରେ ୨୬୯୧ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏହି ଯୋଜନା ଅଧୀନରେ ୟୁପିର ୬ ଲକ୍ଷ ୧୦ ହଜାର ଲୋକ ଉପକୃତ ହେବେ। ଏହି ଅବସରରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ଥିଲେ। ଉଲ୍ଲେଖ ଥାଉ କି, ଏହି ଯୋଜନାରେ ୫.୩୦ ଲକ୍ଷ ହିତାଧିକାରୀ ଅଛନ୍ତି ଯେଉଁମାନେ ଆର୍ଥିକ ସହାୟତାର ପ୍ରଥମ କିସ୍ତି ଗ୍ରହଣ କରିଥିବାବେଳେ ୮୦ ହଜାର ହିତାଧିକାରୀ ଯେଉଁମାନେ ଦ୍ୱିତୀୟ କିସ୍ତି ପାଇଥିଲେ।
Leave A Reply

Your email address will not be published.