Latest Odisha News

କୁହୁଡି ହେଲା କାଳ, ରକ୍ତରଞ୍ଜିତ ହେଲା ରାସ୍ତା, ୧୩ ଜଣଙ୍କ ଉପରେ ମାଡିବସିଲା ବୋଲଡର ବୋଝେଇ ଟ୍ରକ 

ନୂଆଦିଲ୍ଲୀ : କୁହୁଡି ଅନ୍ଧାରରେ ରକ୍ତରଞ୍ଜିତ ହେଲା ରାସ୍ତା । ୧୩ ଜଣଙ୍କ ଉପରେ ମାଡିବସିଲା ବୋଲଡର ବୋଝେଇ ଟ୍ରକ । ପଶ୍ଟିମବଙ୍ଗ ଜଳପାଇଗୁଡିରେ ଘଟିଛି ସିରିଜ ଦୁର୍ଘଟଣା । ଜଣେ କି ଦୁଇ ଜଣ ନୁହେଁ । ଧୁପଗୁରି ଅଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଏକାଥରକେ ୧୩ ଜଣଙ୍କ ମୃତ୍ୟୁ ହୋଇଛି । 

୧୮ ଜଣ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘନ କୁହୁଡି ଯୋଗୁ ଦୁର୍ଘଟଣା ଘଟିଥିବା ଜଣାପଡିଛି । 

ଗତକାଲି ରାତି ୯ ଟାରେ ଏକ ବୋଲଡର ବୋଝେଇ ଟ୍ରକ ମାୟାନାଗୁରୀ ଆଡକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟାଟା ମ୍ୟାଜିକ ଓ ମାରୁତି ଭ୍ୟାନ୍କୁ ଧକ୍କା ଦେଇଥିଲା । ପରେ ଟ୍ରକରୁ ବୋଲଡର ଗୁଡିକ ଖସିପଡିଥିଲା । 

ଫଳରେ ବୋଲଡରରେ ଚାପି ହୋଇ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ମାମଲାରେ ଟ୍ରକ ଡ୍ରାଇଭରକୁ ଅଟକ ରଖି ପୋଲିସ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.