Latest Odisha News

BREAKING NEWS

ଘଂଟାକ ମଧ୍ୟରେ ବୁଲେଟ ଥାଳି ଖାଆନ୍ତୁ, ଏନଫିଲ୍ଡ ବୁଲେଟ ଗାଡି ଘରକୁ ନିଅନ୍ତୁ

ପୁଣେ: ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବ୍ୟବସାୟୀମାନେ ବିଭିନ୍ନ ପ୍ରକାର ଅଫର ଦେଇଥାନ୍ତି । ତେବେ ପୁଣେର ଶିବରାଜ ହୋଟେଲ ନିଆରା ସ୍କିମ ବାହାର କରିଛନ୍ତି । ତାଙ୍କ ହୋଟେଲରେ ପ୍ରସ୍ତୁତ ବୁଲେଟ ଥାଳିକୁ ଯଦି ଜଣେ ଘଂଟାକ ମଧ୍ୟରେ ଖାଇବେ ତାହାହେଲେ ନୂଆ ଏନଫିଲ୍ଡ ବୁଲେଟ ଗାଡି ଘରକୁ ନେଇପାରିବେ । ଏହି ଥାଳି ପ୍ରସ୍ତୁତରେ ୫୫ଜଣ ଲୋକ କାମ କରନ୍ତି । ୧୨ ପ୍ରକାର ନନଭେଜ୍ ଖାଦ୍ୟ ପରୋଷା ଯାଇଥାଏ । ଏଥିରେ ସୁରମାଇ ଫ୍ରାଏ, ପମଫ୍ରେଟ ଫିସ୍‌, ପ୍ରନ୍ ବିରିୟାନୀ, ସୋଲ କଡି, ଚିକେନ ସୁକ୍କା, ଡ୍ରାଏ ମଟନ, ମଟନ ମସାଲା, ଚିକେନ ଲେଗ୍ ପିସ୍ ପରି ଖାଦ୍ୟ ରହିଛି ।

ବଡ ଥାଳିର ମୂଲ୍ୟ ୪୫୦୦ ଓ ଛୋଟ ଥାଲିର ୨୫୦୦ରହିଛି । ହୋଟେଲ ମାଲିକ ଅତୁଲ ଅତୁଲ ୱାୟକରଙ୍କ ମତରେ କେବଳ ମହାରାଷ୍ଟ୍ରର ସୋମନାଥ ପାୱାର ବୁଲେଟ ଜିତିବାରେ ସଫଳ ହୋଇଛନ୍ତି । ସେ ଘଂଟାକ ମଧ୍ୟରେ ଏହାକୁ ଶେଷ କରିଥିଲେ ।

Leave A Reply

Your email address will not be published.