Latest Odisha News

BREAKING NEWS

ବଢିଲା ବସ ଭଡ଼ା

ଭୁବନେଶ୍ବର : ପୁଣି ବଢିଲା ବସ ଭଡ଼ା । ରାଜ୍ୟ ସରକାର ବୁଧବାର ବସ ଭଡା ବଢାଇଛନ୍ତି । ଅଡିନାରୀ ବସ ଭଡ଼ା କିଲୋମିଟର ପିଛା 73ରୁ 74 ପଇସା ବୃଦ୍ଧି କରାଯାଇଥିବା ବେଳେ ଏକ୍ସପ୍ରେସ ବସ୍ ଭଡା 76ରୁ 77 ପଇସାକୁ ବୃଦ୍ଧି ହୋଇଛି । 

ସେହିପରି ଡିଲକ୍ସ ବସ 107 ପଇସାରୁ 109କୁ ବୃଦ୍ଧି ହୋଇଥିବା ବେଳେ ଏସିଡିଲକ୍ସ 129 ପଇସାରୁ 131 ପଇସାକୁ ବୃଦ୍ଧି ହୋଇଛି । ତେଲ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବସ ଭଡା ବଢାଇଥିବା କୁହାଯାଉଛି । 

Leave A Reply

Your email address will not be published.