Latest Odisha News

BREAKING NEWS

ପିପିଲି ଉପନିର୍ବାଚନକୁ ନେଇ ସରଗରମ ହେଲାଣି ରାଜନୀତି

ପିପିଲି: ନିର୍ବାଚନ ତାରିଖ ଘୋଷଣା ହୋଇନି, ହେଲେ ପିପିଲି ଉପନିର୍ବାଚନକୁ ନେଇ ସରଗରମ ହେଲାଣି ରାଜନୀତି । ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ଏହି ଆସନରେ ଉପନିର୍ବାଚନ ହେବାକୁ ଯାଉଛି । ଉପନିର୍ବାଚନରେ କେଉଁ ଦଳରୁ କିଏ ପ୍ରାର୍ଥୀ ହେବେ ତାହା ସ୍ଥିର ହୋଇନଥିବା ବେଳେ, ଏବେ ବିଭିନ୍ନ ଦଳର ଆଶାୟୀ ପ୍ରାର୍ଥୀ ହେବା ପାଇଁ ମନ ବଳେଇଲେଣି ।

ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ହେବ ଉପନିର୍ବାଚନ । ନିର୍ବାଚନ ତାରିଖ ଘୋଷଣା ହୋଇନାହିଁ । ହେଲେ ପ୍ରାର୍ଥୀ ହେବା ପାଇଁ ଆଶାୟୀ କିନ୍ତୁ ଅଣ୍ଟା ଭିଡିଲେଣି । ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ଆରମ୍ଭ କରିଦେଲେଣି ପ୍ରାର୍ଥୀ ଖୋଜା । ପିପିଲିରେ ବିଜେଡି କାହାକୁ ପ୍ରାର୍ଥୀ କରିବ ସେ ନେଇ ଦଳ ପକ୍ଷରୁ କୌଣସି ନିଷ୍ପତ୍ତି ହୋଇନି । କିନ୍ତୁ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କୁ ପତ୍ନୀ ପ୍ରତିଭା ମହାରଥୀଙ୍କୁ ପ୍ରାର୍ଥୀ କରାଗଲେ ସେ ଖୁସି ହେବେ ବୋଲି କହିଛନ୍ତି ।

ସେପଟେ ପିପିଲି ଉପନିର୍ବାଚନ ପାଇଁ କସରତ ଆରମ୍ଭ କରିଦେଇଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି । ପିପିଲି ପାଇଁ କଂଗ୍ରେସର ଅନେକ ଆଶାୟୀ ଥିବା ବେଳେ, ଦଳ କାହାକୁ ପ୍ରାର୍ଥୀ କରିବ ସେନେଇ ହାଇକମାଣ୍ଡ ନିଷ୍ପତ୍ତି ନେବେ ବୋଲି କହିଛି କଂଗ୍ରେସ । ସେହିପରି ବିଜେପି ବି ଉପନିର୍ବାଚନ ପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଦେଲାଣି ।

Leave A Reply

Your email address will not be published.