Latest Odisha News

BREAKING NEWS

ବ୍ରହ୍ମପୁରରୁ ସାଢ଼େ ୪ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ଜଣେ ଯୁବକ ଗିରଫ

ବ୍ରହ୍ମପୁର: ଖେଳ ପଡ଼ିଆ ପାଖରେ ବ୍ରାଉନସୁଗର ଧରି ଗରାଖକୁ ଅପେକ୍ଷା କରିଥିଲା ବେପାରୀ । ହଠାତ୍ ପୋଲିସ ପହଞ୍ଚି କାବୁ କଲା । ଜବତ ହୋଇଛି ପ୍ରାୟ ୪୫ ଗ୍ରାମ୍ ଧଳା ଜହର । ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ପଡ଼ିଆରୁ ଏହି ବ୍ରାଉନସୁଗର ଜବତ କରିଛି ପୋଲିସ । ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୪ ଲକ୍ଷ ୫୦ ହଜାର ଟଙ୍କା ହେବ ।

ଏହି ଘଟଣାରେ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଯୁବକ ଆଙ୍କୁଲି ନିଗମନଗର ଅଞ୍ଚଳର ବୋଲି ଜଣା ପଡ଼ିଛି । ସେ ପୁରୀରୁ ବ୍ରାଉନସୁଗର ଆଣିଥିବା ପୋଲିସ ଆଗରେ ସ୍ୱୀକାର କରିଛନ୍ତି । ଅଧିକ ପଚରାଉଚରା ଜାରି ରହିଛି ।

Leave A Reply

Your email address will not be published.