Latest Odisha News

BREAKING NEWS

ଆଜି ଓଡ଼ିଶାରୁ ଚିହ୍ନଟ ହେଲେ ୧୪୩ କରୋନା ପଜିଟିଭ୍, ୧୯ ଜିଲ୍ଲାରେ ଦୁଇ ଅଙ୍କରୁ କମ୍ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ସୁରୁଖୁରୁରେ ଟିକାକରଣ ଚାଲଛି । ଏହାରି ଭିତରେ ଦୈନିକ ଖସୁଛି କରୋନା ସଂକ୍ରମଣ । କାବୁ ପାଉଛି ମହାମାରୀ । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୪୩ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୮୪ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହଛି ୫୯ଟି ।

୨୩ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୧୯ ଜିଲ୍ଲାରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ଦୁଇ ଅଙ୍କରୁ କମ୍ ରହିଛି । ପୁରୀରୁ ସର୍ବାଧିକ ୨୬ ଜଣ ପଜିଟିଭ ବାହାରିଥିବା ବେଳେ ସୁନ୍ଦରଗଡ଼ରୁ ୧୭, ସମ୍ୱଲପୁରରେ ୧୬ ଓ ଅନୁଗୋଳ ଜିଲ୍ଲାରୁ ଆଉ ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

୭ଟି ଜିଲ୍ଲା ଭଦ୍ରକ, ଢେଙ୍କାନାଳ, କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼ ଓ ରାୟଗଡ଼ା ଜିଲ୍ଲାରୁ କେହି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୩ଲକ୍ଷ ୩୩ହଜାର ୮୬୬କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୩ଲକ୍ଷ ୩୦ହଜାର ୩୨୧ ସଂକ୍ରମିତ । ଏବେ ରାଜ୍ୟରେ ୧ହଜାର ୫୮୯ଟି କରୋନା ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.