Latest Odisha News

BREAKING NEWS

ଆରମ୍ଭ ହେବ ଇ- କ୍ୟାଟରିଂ ବ୍ୟବସ୍ଥା, ଟ୍ରେନରେ ପୂର୍ବଭଳି ଯାତ୍ରୀଙ୍କୁ ମିଳିବ ନିଜ ମନପସନ୍ଦର ଖାଦ୍ୟ 

ନୂଆଦିଲ୍ଲୀ : ଫେବୃଆରୀରୁ ପୁଣି ଆରମ୍ଭ ହେବାକୁ ଯାଉଛି ଇ-କ୍ୟାଣ୍ଟରିଂ ସେବା । ଟ୍ରେନରେ ଯାତ୍ରୀ ପୁଣିଥରେ ନିଜ ମନ ପସନ୍ଦ ବ୍ରାଣ୍ଡର ଖାଇବା ଅର୍ଡର କରିପାରିବେ । ଏଥିପାଇଁ ଭାରତୀୟ ରେଳବାଇ ଏବଂ ପର୍ଯ୍ୟଟନ ନିଗମ ସମସ୍ତ ପ୍ରସ୍ତୁତି କରିସାରିଛି । 

ମାର୍ଚ୍ଚ ୨୦୨୦ରେ କରୋନା ମହାମାରୀ ଯୋଗୁ ଟ୍ରେନରେ ଖାଦ୍ୟପେୟ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା । ଜୁନ୍ ୨୦୨୦ରୁ ସ୍ବତନ୍ତ୍ର ଟ୍ରେନ ଆରମ୍ଭ କରାଯାଇଥିଲେ ବି ଖାଦ୍ୟ ପେୟ ବ୍ୟବସ୍ଥା ସୀମିତ ସ୍ତରରେ ଆରମ୍ଭ କରାଯାଇଛି । 

ପ୍ୟାଣ୍ଟ୍ରି କାର ସେବା ଏବେ ବି ବନ୍ଦ ରହିଛି । ଫଳରେ ଦ୍ରୁତଗାମୀ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । 

ସୂଚନା ଅନୁସାରେ, ନୂଆଦିଲ୍ଲୀ, ପୁରୁଣା ଦିଲ୍ଲୀ, ସହ ଦିଲ୍ଲୀର ଅନ୍ୟ ରେଲୱେ ଷ୍ଟେସନରୁ ବର୍ତ୍ତମାନ ରାଜଧାନୀ, ଶତାବ୍ଦୀ, ହମସଫର ସହ 80ରୁ ଅଧିକ ଟ୍ରେନ ଚଳାଚଳ କରୁଛି । ଏ ସମସ୍ତ ଟ୍ରେନରେ ଇ-କ୍ୟାଟରିଂ ସେବା ଆରମ୍ଭ କରିବାକୁ ଆଇଆରସିଟିସି ପ୍ରୟାସ ଆରମ୍ଭ କରିଛି ।

Leave A Reply

Your email address will not be published.