Latest Odisha News

BREAKING NEWS

୫୮ ଦିନରେ ପହଞ୍ଚିଛି ଅନ୍ନଦାତାଙ୍କ ଆନ୍ଦୋଳନ

ନୂଆଦିଲ୍ଲୀ :  କୃଷି ଆଇନ ନେଇ ବିବାଦ ତୁଟୁନି । ୫୮ ଦିନରେ ପହଞ୍ଚିଛି ଅନ୍ନଦାତାଙ୍କ ଆନ୍ଦୋଳନ । ସମସ୍ୟାର ସମାଧାନ ପାଇଁ ଆଜି ଚାଷୀ ଓ ସରକାରଙ୍କ ମଧ୍ୟରେ ଆଜି ଏକାଦଶ ପର୍ଯ୍ୟାୟ ଆଲୋଚନା ହେବ । ଏହା ପୂର୍ବରୁ ଆଇନ ସ୍ଥଗିତ ରଖିବାକୁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରିଛନ୍ତି କୃଷକ ସଂଗଠନ । ଆଇନ ସ୍ଥଗିତ ନୁହେଁ, ଏହାକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ଅଟଳ ରହିଛନ୍ତି ଚାଷୀ ।

ଗତକାଲି ସିଂଘୁ ସୀମାରେ ଚାଷୀଙ୍କ ମାରାଥନ୍ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ସେପଟେ ସୁପ୍ରିମ୍‌କୋର୍ଟଙ୍କ ଦ୍ବାରା ଗଠିତ କମିଟି ୮ ରାଜ୍ୟର ୧୦ କୃଷକ ସଂଗଠନ ସହ ଆଲୋଚନା କରିଛନ୍ତି । ସେହିପରି ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସରେ ଚାଷୀଙ୍କ ଟ୍ରାକ୍ଟର ରାଲିକୁ ନେଇ ବିବାଦ ତୁଟୁନି । ଚାଷୀମାନେ ରିଙ୍ଗ୍‌ ରୋଡ୍‌ରେ ପରେଡ୍ କରିବା ପାଇଁ ଜିଦ୍ ଧରିଥିବା ବେଳେ ଦିଲ୍ଲୀ ପୋଲିସ ଏ ନେଇ ଅନୁମତି ଦେଇନାହିଁ । ପୋଲିସ ଚାଷୀଙ୍କୁ କେଏମ୍‌ପି ଏକ୍ସପ୍ରେସ ଓ୍ବେରେ ଟ୍ରାକ୍ଟର ରାଲି ପାଇଁ କହିଛି । ଟ୍ରାକ୍ଟର ରାଲିକୁ ନେଇ ଆଜି ପୁଣି ନେଇ ଚାଷୀ ଓ ଦିଲ୍ଲୀ ପୋଲିସ ମଧ୍ୟରେ ଆଲୋଚନା ହେବ ।

Leave A Reply

Your email address will not be published.