ପୁରୀ: ପୁରୀ ତାଳବଣିଆ ଇଣ୍ଡୋର ଷ୍ଟାଡିଅମ ପଡ଼ିଆରେ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜଙ୍ଗଲ ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି।
କୋଭିଡ କଟକଣା ପାଇଁ ପ୍ରଶାସନ ପକ୍ଷରୁ ନିରାଡମ୍ବର ଭାବେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ଏହି ଅବସରରେ ରାଜ୍ୟସରକାରଙ୍କ ପକ୍ଷରୁ କରାଯାଉଥିବା ପୁରୀରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ସମ୍ପର୍କରେ ମନ୍ତ୍ରୀ ବାଖ୍ୟା କରିଛନ୍ତି।

ତେବେ ଏଥିସହ କୋଭିଡ ଯୋଦ୍ଧାଙ୍କୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସମ୍ବର୍ଦ୍ଧିତ କରିଥିଲେ।
Comments are closed.