Latest Odisha News

ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ଶାନ୍ତି ଦେବୀଙ୍କୁ ଜାଣନ୍ତୁ…

ରାୟଗଡ଼ା: ୨୦୨୧ ମସିହା ପାଇଁ ପଦ୍ମଶ୍ରୀ ସମ୍ମାନ ପାଇଁ ସମାଜସେବୀ ଶାନ୍ତି ଦେବୀ । ରାୟଗଡ଼ା ଜିଲ୍ଲା ଗୁଣପୁରର ସମାଜସେବୀ ଶାନ୍ତି ଦେବୀ ସେବା ସମାଜରେ କାମ କରନ୍ତି । ସେ ଅଗ୍ରଗ୍ରାମୀ ପରିଚାଳନା ପରିଷଦର ଉପ-ସଭାପତି ଅଟନ୍ତି । ପୂର୍ବରୁ ଶାନ୍ତି ଦେବୀଙ୍କୁ ୧୯୯୪ ମସିହାରେ ଜମନଲାଲ୍ ବଜାଜା ଆୱାର୍ଡ ମିଳିଥିଲା ।

ଭୂ-ଦାନ ଆନ୍ଦୋଳନରେ ଆଚାର୍ଯ୍ୟ ବିନୋଭା ଭାବେଙ୍କ ସହ ଶାନ୍ତି ଦେବୀ ସାମିଲ୍ ହୋଇଥିଲେ । ୧୯୬୧ରେ ସେ ଉତ୍କଳ ନବଜୀବନ ମଣ୍ଡଳର ସମ୍ପାଦକ ହୋଇଥିଲେ । ପରେ ୧୯୬୪ରେ ଗଠନ କରିଥିଲେ ‘ସେବା ସମାଜ’ ନାମକ ଅନୁଷ୍ଠାନ । ‘ସେବା ସମାଜ’ ଅନୁଷ୍ଠାନ ମାଧ୍ୟମରେ ଶାନ୍ତି ଦେବୀ ଆଦିବାସୀ ଝିଅଙ୍କୁ ଶିକ୍ଷାଦାନ କରୁଛନ୍ତି । ଏଥିସହ ଶାନ୍ତିଦେବୀ ବିଭିନ୍ନ ଗାନ୍ଧୀବାଦୀ ଅନୁଷ୍ଠାନ ସହ ଜଡ଼ିତ ।

Leave A Reply

Your email address will not be published.