Latest Odisha News

BREAKING NEWS

ସ୍ୱଚ୍ଛ ଶକ୍ତିର ଅନୁସନ୍ଧାନରେ ଭାରତ ନେତୃତ୍ୱ ନେବା ଜରୁରୀ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ : ଘରୋଇ ଆବଶ୍ୟକତା ନୁହେଁ, ବିଶ୍ୱସ୍ତରୀୟ ଆଶା ପୂରଣ କରିବାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଭାରତୀୟ ତୈଳ ଓ ଗ୍ୟାସ କ୍ଷେତ୍ର । ଏଫଆଇପିଆଇ ପୁରସ୍କାର ୨୦୨୦ ସମାରୋହରେ ଯୋଗ ଦେଇ ଏହା କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଲୋକଙ୍କ ପାଇଁ ଶକ୍ତି ନିରାପତ୍ତା ନିଶ୍ଚିତ କରିବା ଓ ସୁଲଭ, ସ୍ୱଚ୍ଛ ଓ ସ୍ଥାୟୀ ଶକ୍ତି ଯୋଗାଇବାର ଆବଶ୍ୟକତା ରହିଛି । ଏଥିସହ ପେଟ୍ରୋଲିୟମ ଶିଳ୍ପକୁ ଏକ ସ୍ୱଚ୍ଛ ଶକ୍ତି ଶିଳ୍ପ କରିବା ଦିଗରେ ଆମେ ଆଗେଇବୁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ମନ୍ତ୍ରୀ କହିଛନ୍ତି ଯେ, ଦେଶର ବିକାଶ ପଥରେ ପେଟ୍ରୋଲିୟମ କ୍ଷେତ୍ରର ଅନେକ ଅବଦାନ ରହିଛି । ଏହି କ୍ଷେତ୍ର ସର୍ବାଧିକ ପୁଞ୍ଜି ଖର୍ଚ୍ଚ କରିବା ସହ ବୃହତ୍ତ ନିଯୁକ୍ତି ଯୋଗାଇଥାଏ । ଏଥିସହ ଅର୍ଥନୀତି ସୁଧାରିବା ସହ ରାଜ୍ୟ ପାଇଁ ରାଜସ୍ୱ ଆଦାୟ କରିଥାଏ । ସେହିପରି ଦେଶ ସଫଳତାର ସହ କରୋନାକୁ ମୁକାବିଲା କରିଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ । ପିପିଇ କିଟ୍ ଉତ୍ପାଦନ ହେଉ,ବା ଟିକା, କିମ୍ବା ୧୪ କୋଟିରୁ ଅଧିକ ମାଗଣା ଏଲପିଜି ସିଲିଣ୍ଡର ବଣ୍ଟନ । ଭାରତ ମହାମାରୀ କରୋନାକୁ ଯେପରି ମୁକାବିଲା କଲା ଓ କୋଭିଡ ସମୟରେ ତୈଳ କମ୍ପାନି ଯେପରି ନେତୃତ୍ବ ନେଲେ ତାହା ବେଶ ପ୍ରଶଂସନୀୟ । କରୋନା ସମୟରେ ୧୪ କୋଟିରୁ ଅଧିକ ଉଜ୍ବଳା ହିତାଧିକାରୀଙ୍କୁ ସିଲିଣ୍ଡର ବଣ୍ଟନ କରାଯାଇଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସେହିପରି ସ୍ୱଚ୍ଛ ଶକ୍ତିର ଅନୁସନ୍ଧାନରେ ଭାରତ ନେତୃତ୍ୱ ଗ୍ରହଣ କରିବା ଜରୁରୀ ବୋଲି ସମାରୋହରେ ମତବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

Leave A Reply

Your email address will not be published.