Latest Odisha News

BREAKING NEWS

ଭଡାରେ କାର ନେଲେ, ଡ୍ରାଇଭରକୁ ମର୍ଡର କଲେ

କୋରାପୁଟ: ଭୁବନେଶ୍ୱରରୁ ଗାଡି ଭଡା ନେଇ ଯାଇଥିବା ଡ୍ରାଇଭରଙ୍କୁ କୋରାପୁଟରେ ନିର୍ମମ ଭାବେ ହତ୍ୟା । ମୃତକଙ୍କ ନାଁ ସୁଧୀର କୁମାର ସାହୁ ବୋଲି ଜଣାପଡିଛି । ସେ ଦୁଇ ଦିନ ତଳେ ଦୁଇ ଜଣ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱରରୁ କୋରାପୁଟ ଯାଇଥିବା ବେଳେ ଗତକାଲିଠାରୁ ତାଙ୍କ ଫୋନ ସୁଇଚ ଅଫ୍ ଆସିଥିଲା । ପରିବାର ଲୋକେ ଏ ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଫୋନ ଟ୍ରାକିଂ କରିବା ପରେ ପୋଲିସ ତାଙ୍କୁ ହତ୍ୟା ହୋଇଥିବା ଜାଣିବାକୁ ପାଇଥିଲା ।

କୋରାପୁଟରୁ ଜୟପୁର ରାସ୍ତାରେ ଛାତରଲା ଗାଁ ନିକଟରେ ବିଲ ପାଖରୁ ସୁଧୀରଙ୍କ ମୃତଦେହ ମିଳିଥିଲା । କିଛି ଦୂରରେ ତାଙ୍କ ଜୋତା ପଡିଥିଲା । ପାରିପାର୍ଶିକ ପରିସ୍ଥିତିରୁ ତାଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି । ତାଙ୍କୁ ହତ୍ୟା କରିବା ପରେ ତାଙ୍କ କାରକୁ ଅଭିଯୁକ୍ତମାନେ ନେଇଥିବା ଜଣାପଡୁଛି ।

ପୋଲିସ ଏ ନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।

Leave A Reply

Your email address will not be published.