Latest Odisha News

BREAKING NEWS

ରାଜ୍ୟର ୨୦ ଜିଲ୍ଲାରୁ ଆଜି ୭୦ କରୋନା ପଜିଟିଭ୍, ନୂଆପଡ଼ାରୁ ସର୍ବାଧିକ ୧୧

ଭୁବନେଶ୍ୱର: ରାଜ୍ୟରେ କାବୁ ପାଉଛି କରୋନା । ଖସୁଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୧୯ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୭୦ ନୂଆ ସଂକ୍ରମିତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ଅଛନ୍ତି ୪୨ ଜଣ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୮ଟି ।

ନୂଆପଡ଼ା ଜିଲ୍ଲାରୁ ସର୍ବାଧିକ ୧୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାକି ୧୮ ଜିଲ୍ଲାରୁ ନୂଆ ସଂକ୍ରମିତଙ୍କ ସଂଖ୍ୟା ୧୦ରୁ କମ୍ ରହିଛି । ଗତ ୨୪ ଘଣ୍ଟା ଭିତରେ ୧୧ ଜିଲ୍ଲାରୁ କେହି ପଜିଟିଭ୍ ବାହାରି ନାାନ୍ତି । ସେହି ଜିଲ୍ଲାଗୁଡ଼ିକ ହେଲା ଭଦ୍ରକ, ବୌଦ୍ଧ, ଢେଙ୍କାନାଳ, ଗଜପତି, କନ୍ଧମାଳ, କେନ୍ଦୁଝର, ନବରଙ୍ଗପୁର, ରାୟଗଡ଼ା, ନୟାଗଡ଼, ସୁବର୍ଣ୍ଣପୁର ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୩ଲକ୍ଷ ୩୪ହଜାର ୮୫୦କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୩ଲକ୍ଷ ୩୧ହଜାର ୬୬୭ ସଂକ୍ରମିତ । ଏବେ ରାଜ୍ୟରେ ୧୨ଶହ ୨୪ଟି କରୋନା ଆକ୍ଟିଭ କେସ ରହିଛି ।

Leave A Reply

Your email address will not be published.