Latest Odisha News

BREAKING NEWS

ଭିଜିଲାନ୍ସ ଓ ବନବିଭାଗର ମିଳିତ ଚଢାଉ; ଲକ୍ଷାଧିକ ଟଙ୍କାର କାଠ ଜବତ

ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଧାମରା କଇଥଖୋଲା ବଜାରରେ ଭିଜିଲାନ୍ସ ଓ ବନବିଭାଗର ମିଳିତ ଚଢାଉ । ତେବେ ଏହି ଚଢାଉରେ ଲକ୍ଷାଧିକ ଟଙ୍କାର କାଠ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଥିବା ସୂଚନା।

ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା କଇଥଖୋଲା ବଜାରରେ ଥିବା ଖଲିଲ ଅଲ୍ଲି ଖାଁକ କାଠ ଦୋକାନରେ ବିପୁଳ ପରିମାଣର ଚୋରା କାଠ ଜମା ଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା ବନବିଭାଗ ।

ପଶ୍ଚିମବଙ୍ଗର କୋଲକାତା ଏବଂ କାନ୍ଥିରୁ ଏଠାକୁ ଯାତ୍ରୀବାହୀ ବସ୍‌ ଯୋଗେ କାଠ ଆସୁଥିବାର ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଆଧାର କରି ବନବିଭାଗ ଓ ଭିଜିଲାନ୍ସ ଟିମ୍‌ ମିଳିତ ଭାବେ ଚଢାଉ କରିଥୁଲେ।

Comments are closed.