Latest Odisha News

କଂଗ୍ରେସରୁ ଇସ୍ତଫା ଦେଲେ ବିଧାୟକ ଯୋଗେଶ ସିଂହ

ସୁନ୍ଦରଗଡ଼: ଦଳରୁ ନିଲମ୍ବନ ହେବାର ଗୋଟିଏ ଦିନ ପରେ, ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହ ଶୁକ୍ରବାର ଦିନ କଂଗ୍ରେସରୁ ଇସ୍ତଫା ପ୍ରଦାନ କରିଛନ୍ତି ।

ବିଧାୟକ ଯୋଗେଶ ସିଂହ ପାର୍ଟିି ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିକଟକୁ ତାଙ୍କର ଇସ୍ତଫା ପତ୍ର ପଠାଇଦେଇଛନ୍ତି । ଏହି ପତ୍ରରେ ବିଧାୟକ ଯୋଗେଶ ସିଂହ କଂଗ୍ରେସର ପ୍ରାଥମିକ ସଦସ୍ୟତା ପଦ ତଥା କଂଗ୍ରେସ ବିଧାୟକ ଭାବେ ତାଙ୍କର ଇସ୍ତଫା ପଦାନ ସମ୍ପର୍କରେ ଉଲ୍ଲେଖ କରିଛନ୍ତି ।

ତାଙ୍କର ପ୍ରତିକ୍ରିୟାରେ ବିଧାୟକ ଯୋଗେଶ ସିଂହ ଗତକାଲି କହିଥିଲେ, ମୋତେ ନିଲମ୍ବିତ କରାଯିବାର କୌଣସି ସଠିକ୍ କାରଣ ଦର୍ଶାଯାଇନାହିଁ । ଏନେଇ ସେ ମଧ୍ୟ ପ୍ରଶ୍ନ ପଚାରିଥିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ନେତୃତ୍ୱକୁ ପ୍ରଶଂସା କରିବାକୁ ଦଳ ବିରୋଧୀ କାର୍ଯ୍ୟ ବୋଲି କିପରି ବିବେଚନା କରାଯାଉଛି । ଅନ୍ୟ ନେତାମାନେ ମଧ୍ୟ ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କୁ ପ୍ରଶଂସା କରୁଛନ୍ତି । “ଯାହାବି ହେଉ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଓପିସିସିର କ୍ଷମତା ରହିଛି ଏବଂ ମୋର ଏସମ୍ପର୍କରେ କିଛି ବି କହିବାର ନାହିଁ,” ବୋଲି ସୁନ୍ଦରଗଡ଼ଠାରେ ଗଣମାଧ୍ୟମକୁ ଗତକାଲି କହିଥିଲେ କଂଗ୍ରେସ ବିଧାୟକ ଯୋଗେଶ ସିଂହ ।

ଗତକାଲି ଗଣମାଧ୍ୟମ ଦ୍ୱାରା ପଚରାଯାଇଥିବା ଏକ ପ୍ରଶ୍ନ, ଜାନୁଆରୀ ୨୫ ତାରିଖରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ରାହୁଲ ଗାନ୍ଧୀଙ୍କ ସଭାରେ ସେ ଯୋଗ ନଦେବାକୁ କହିବା ଯୋଗୁଁ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଛିକି ବୋଲି ଉତ୍ତରରେ ସେ କହିଥିଲେ, ବହୁ ପୂର୍ବରୁ ସେ ନିଜସ୍ୱ ଗସ୍ତ କାର୍ଯ୍ୟକ୍ରମ ଠିକ୍ କରିଥିଲେ । “ମୁଁ ବହୁ ପୂର୍ବରୁ କାର୍ଯ୍ୟକ୍ରମ ଠିକ୍ କରିଥିବା ଯୋଗୁଁ ସଭାରେ ଯୋଗ ନଦେଇ ପାରିବା କଥା ଓପିସିସିକୁ ଅବଗତ କରିଥିଲି । ବିଧାନସଭା ପାଖେଇ ଆସୁଥିବା ଯୋଗୁଁ ମୁଁ ମୋ ନିର୍ବାଚନ ମଣ୍ଡଳୀ ପ୍ରତି ଗୁରୁତ୍ୱ ପ୍ରଦାନ କରିବି । ଜନସାଧାରଣ ମୋତେ ନେତା ଭାବେ ନିର୍ବାଚିତ କରିଛନ୍ତି,” ବୋଲି ବିଧାୟକ ଯୋଗେଶ ସିଂହ ସାମ୍ବାଦିକ ମାନଙ୍କୁ ଗତକାଲି କହିଥିଲେ ।

Comments are closed.