Latest Odisha News

BREAKING NEWS

ରାଜଧାନୀ ଏକ୍ସପ୍ରେସ ବସ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡିଶା ରାଜ୍ୟ ସଡକ ପରିବହନ ନିଗମ (ଓଏସଆରଟିସି) ଦ୍ୱାରା ପରିଚାଳିତ ରାଜଧାନୀ ଡିଲକ୍ସ (ଏସି) ବସ ସେବାର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ କରିଛନ୍ତି ।

ରାଜଧାନୀ ଭୁବନେଶ୍ୱରରୁ ବିଭିନ୍ନ ଜିଲ୍ଲାକୁ ଆରାମଦାୟକ ଯାତ୍ରା ପାଇଁ ୨୩ଟି ଏସି ଡିଲକ୍ସ ବସ ସେବା ପ୍ରାୟ ୧୧ଟି ରୁଟ୍ ଦେଇ ଚଳାଚଳ କରିବ ।

ଭୁବନେଶ୍ୱର-ଫୁଲବାଣୀ, ଭୁବନେଶ୍ୱର-ରାଉରେକଲା, ଭୁବନେଶ୍ୱର-ଭବାନୀପାଟଣା, ଭୁବନେଶ୍ୱର-ଭଂଜନଗର, ଭୁବନେଶ୍ୱର-ରାଜଗାଙ୍ଗପୁର (ଭାୟା-ସୁନ୍ଦରଗଡ), ଭୁବନେଶ୍ୱର-ରାଜ ଖରିଆର (ଭାୟା-ବଲାଙ୍ଗୀର), ଭୁବନେଶ୍ୱର-ଗୋରୁ ମହିଶାଣି (ଭାୟା-କରଞ୍ଜିଆ), ଭୁବନେଶ୍ୱର-ବୁର୍ଲା (ଭାୟା-ସମ୍ବଲପୁର) ଦେଇ ଯାତାୟାତ କରିବ ।

ଖୁବଶୀଘ୍ର ବାକି ଜିଲ୍ଲା ଗୁଡିକୁ ମଧ୍ୟ ଏହି ସେବା ଯୋଗାଇ ଦିଆଯିବ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।

ଆହୁରି ମଧ୍ୟ ଯାତ୍ରୀଙ୍କ ସୁବିଧା ପାଇଁ ଏଥିରେ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ସହ ନିଶୁଳ୍କ ୱାଇ-ଫାଇ ସେବା, ମୋବାଇଲ ଚାର୍ଜିଂ ବ୍ୟବସ୍ଥା , ସିସିଟିଭି କ୍ୟାମେରା, ଜିପିଏସ ଟ୍ରାକିଂ ଭଳି ବ୍ୟବସ୍ଥା ସହ ଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ମଧ୍ୟ ଏହି ବସରେ ଉପଲବ୍ଧ । ଏଥିସହିତ ଏହି ବସ ଗୁଡିକରେ ଯାତ୍ରୀମାନେ ମୋବାଇଲ ଆପ୍ସ ଜରିଆରେ ମଧ୍ୟ ଅନଲାଇନ ଟିକେଟ୍ ବୁକିଂ କରିପାରିବେ ।

ଏହା ବ୍ୟତୀତ ୪ଟି ଭଲଭୋ ବସର ମଧ୍ୟ ଶୁଭାରମ୍ଭ କରାଯିବ । ଯାହା ଫଳରେ ଭୁବନେଶ୍ୱର-କୋଲକତା ଓ ପାରାଦୀପରୁ ବିଜୟୱାଡା ପର୍ଯ୍ୟନ୍ତ ଯାତ୍ରୀମାନେ ଯାତାୟାତ କରିବ ।

ବର୍ତ୍ତମାନ ସମୟରେ ରାଜ୍ୟ ସଡକ ପରିବହନ ନିଗମ (ଓଏସଆରଟିସି)ର ୪୨୯ଟି ବସ୍ ୩୦ ଜିଲ୍ଲାରେ ଯାତ୍ରୀମାନଙ୍କ ସେବାରେ ନିୟୋଜିତ ହେଉଛି ଏବଂ ଏହାବ୍ୟତୀତ ୪୩ଟି ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ ମଧ୍ୟପ୍ରଦେଶର ପ୍ରମୁଖ ସହରକୁ ଯାତାୟତ କରୁଅଛି ।

ଓଡିଶା ରାଜ୍ୟ ପରିହନ ନିଗମ ୫ଟି ନୂତନ ବସଷ୍ଟାଣ୍ଡର ନିର୍ମାଣ ଜୟପୁର, ବଲାଙ୍ଗିର, ଅନୁଗୁଳ, ବାମରା ଓ ଓଡଗାଁଠାରେ ହାତକୁ ନେଇଛି ଏବଂ ୨୫ଟି ବସଷ୍ଟାଣର ପୁନରୁଦ୍ଧାର କାର‌୍ୟ୍ୟ ହାତକୁ ନିଆଯାଇଛି । ନିକଟରେ ୫୦ଟି ବ୍ଲକ ସ୍ତରରେ ବସଷ୍ଟାଣ୍ଡ ନିର୍ମାଣ କରାଯିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.