Latest Odisha News

କୋଭିଡ୍‌ ଟିକା ନେଇ ଆଉ ଜଣେ କର୍ମଚାରୀଙ୍କ ମୃତ୍ୟୁ; ଗୁଜୁରାଟ

ନୂଆଦିଲ୍ଲୀ: କରୋନା ଟିକା ଦିଆଯିବାର ଦୁଇ ଘଣ୍ଟା ପରେ ଗୁଜୁରାଟର ଭଦୋଦରା ଜିଲ୍ଲାରେ ଜଣେ ୩୦ ବର୍ଷ ବୟସ୍କା ପରିମଳ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ବୋଲି ଅଧିକାରୀମାନେ କହିଛନ୍ତି।

ମୃତକଙ୍କ ପରିବାର ସଦସ୍ୟ କହିଛନ୍ତି ଯେ ତାଙ୍କର ହଠାତ୍ ମୃତ୍ୟୁ ହେବାର କାରଣ କରୋନା ଟିକା ଯୋଗୁ ହୋଇପାରେ ବୋଲି ସନ୍ଦେହ କରାଯାଉଥିବାବେଳେ ୨୦୧୬ ମସିହାରୁ ତାଙ୍କର ହୃଦରୋଗ ଜନିତ ସମସ୍ୟା ରହିଥିବା ଜଣାପଡ଼ିଛି। ସଠିକ୍‌ ଓଷଧ ସେବନ କରୁ ନ ଥିବାରୁ ହୃଦଘାତ ହେତୁ ତାଙ୍କର ମୃତ୍ୟୁ ହୋଇଥାଇପାରେ ବୋଲି ଅଧିକାରୀମାନେ କହିଛନ୍ତି।

ଜିଗ୍ନେଶ ସୋଲାଙ୍କି ଗୁଜୁରାଟର ଭଦୋଦରା ମ୍ୟୁନିସିପାଲିଟି କର୍ପୋରେସନ (ଭିଏମସି) ରେ ପରିମଳ କର୍ମଚାରୀ ଥିଲେ।

ରବିବାର ସକାଳେ ତାଙ୍କୁ ଟିକାକରଣ କରାଯାଇଥିଲା। ତେବେ କିଛି ଘଣ୍ଟା ପରେ ସେ ସହରର ଏସଏସଜି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ଅଧିକାରୀମାନେ କହିଛନ୍ତି।

Comments are closed.