Latest Odisha News

BREAKING NEWS

ପ୍ରଥମ ଥର ପାଇଁ ଡିଜିଟାଲ୍ ରୂପ‌ରେ ଉପସ୍ଥାପିତ ହେବ ୨୦୨୧ ବଜେଟ୍‌

ନୂଆଦିଲ୍ଲୀ: କେନ୍ଦ୍ର ବଜେଟ୍ ୨୦୨୧ ପ୍ରଥମ ଥର ପାଇଁ କାଗଜହୀନ ଫର୍ମରେ ଉପସ୍ଥାପିତ ହେବ। ଯେଉଁଥିରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ପାରମ୍ପାରିକ ବ୍ରାଉନ୍ ବ୍ରିଫକେସ୍ କିମ୍ବା ‘ବହି ଖାତା’ ବଦଳରେ ମେଡ୍‌ ଇନ୍‌ ଇଣ୍ଡିଆ ଟାବ୍‌ଲେଟ୍‌ରେ ଦେଖିବାକୁ ମିଳିବ।

୨୦୧୯ ରେ ବଜେଟ୍ ଉପସ୍ଥାପନ କରିବାବେଳେ ସୀତାରମଣ ଯେତେବେଳେ ସେ ବ୍ରିଫକେସ୍ ବଦଳାଇ ପାରମ୍ପାରିକ ‘ବହି ଖାତା’ (ନାଲି କପଡ଼ାରେ ଗୁଡ଼ାଯାଇଥିବା ଏକ ଲେଜର) ଚୟନ କରିଥିଲେ।

ଏଥର ଟାବଲେଟ୍ ବାଛିବା ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଚ୍ଚାଭିଳାଷୀ “ଡିଜିଟାଲ୍ ଇଣ୍ଡିଆ” ମିଶନକୁ ଆହୁରି ଦୃଢ କରିଛି। ୧୯୪୭ ମସିହାରେ, ଭାରତର ପ୍ରଥମ ଅର୍ଥମନ୍ତ୍ରୀ ଆର.କେ ଶାନମୁଖମ୍ ଚେଟି ପ୍ରଥମ ବଜେଟ୍ ଉପସ୍ଥାପନ କରିବା ପାଇଁ ଏକ ଚମଡ଼ା ପୋର୍ଟଫୋଲିଓ ନେଇଥିଲେ।

Comments are closed.