ଲାଲବାହିନୀର ଯୋଜନା ପଣ୍ଡ: ଅଳ୍ପକେ ବର୍ତ୍ତିଲେ ଯବାନ
ମାଲକାନଗିରି: ସୁରକ୍ଷାକର୍ମୀଙ୍କୁ କ୍ଷତି ପହଞ୍ଚାଇବା ପାଇଁ ମାଓବାଦୀ କରିଥିବା ଯୋଜନା ପଣ୍ଡ ହୋଇଛି । ଏକ ବଡ଼ ଧରଣର ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଗଲେ ସିଆରପିଏଫ୍ ଯବାନ । ମାଓବାଦୀ ଖଞ୍ଜିଥିବା ଲ୍ୟାଣ୍ଡମାଇନ ଉଦ୍ଧାର ହୋଇଛି । ମାଲକାନଗିରି ସୀମାନ୍ତ ଛତିଶଗଡ଼ର ନିପ୍ପା ଜଙ୍ଗଲରେ ସୁରକ୍ଷାବାହିନୀକୁ ଟାର୍ଗେଟ କରି ପାଞ୍ଚ କିଲୋର ଲ୍ୟାଣ୍ଡମାଇନ୍ ଖଞ୍ଜିଥିଲେ ମାଓବାଦୀ ।
ଜଙ୍ଗଲ ଭିତରେ କମ୍ୱିଂ ଅପରେସନ ବେଳେ ୨୦୬ ବାଟାଲିୟନର ସିଆରପିଏଫ ଯବାନ ଏହାକୁ ଠାବ କରିଥିଲେ । ପରେ ଜବତ ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କରାଯାଇଛି । ଦିନକୁ ଦିନ ଲାଲଗଡ଼ ଦୁର୍ବଳ ହେଉଛି । ମାଓ ବିରୋଧୀ ଅଭିଯାନ ଜୋରଦାର ହେଉଥିବା ବେଳେ ପ୍ରତିଶୋଧ ପରାୟଣ ହୋଇ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରୁଛନ୍ତି ମାଓବାଦୀ ।
Comments are closed.