Latest Odisha News

BREAKING NEWS

RTOରେ ଆଉ ଲାଗିବନି ଲମ୍ବା ଲାଇନ୍, ଲାଗୁ ହେବ ଟୋକନ୍ ବ୍ୟବସ୍ଥା

ଭୁବନେଶ୍ୱର: ଏଣିକି ରାଜ୍ୟର ବିଭିନ୍ନ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ବା ଆରଟିଓରେ ଆଉ ଭିଡ଼ ହେବନି । ଘଣ୍ଟା ଘଣ୍ଟା ଲୋକଙ୍କୁ ଲାଇରେ ଠିଆ ହେବାକୁ ପଡ଼ିବନି । ଖୁବଶୀଘ୍ର ଆରମ୍ଭ ହେବ ଟୋକନ୍ ବ୍ୟବସ୍ଥା । ଏନେଇ ରାଜ୍ୟ ପରିବହନ ବିଭାଗ (STA) ଓ ନ୍ୟାସନାଲ୍ ସ୍ମଲ୍ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନ୍(NSIC) ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।

ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୮ଟି ଆରଟିଓ ଅନୁଗୋଳ, ବାଲେଶ୍ୱର, ଭଦ୍ରକ, କଟକ, ଗଞ୍ଜାମ, ପୁରୀ, ଭୁବନେଶ୍ୱର-୧ ଓ ଭୁବନେଶ୍ୱର-୨ରେ ଟୋକନ୍ ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ଏଥିପାଇଁ ଖର୍ଚ୍ଚ ହେବ ୨କୋଟି ୧୮ ଲକ୍ଷ ଟଙ୍କା । ଡ୍ରାଇଭିଂ ଲାଇସେନ୍ସ କିମ୍ବା ଗାଡି କାଗଜପତ୍ର ପାଇଁ ଅନଲାଇରେ ସ୍ଲଟ ବୁକିଂ କରିପାରିବେ କିମ୍ବା ସିଧାସଳଖ ଆରଟିଓ ଅଫିସ ଆସି ଟୋକନ୍ ବୁକିଂ କରିପାରିବେ ।

ଟୋକନ୍‌ ମିଳିବା ପରେ ଆବେଦନକାରୀଙ୍କ କାମ କେତେବେଳେ ଆରମ୍ଭ ହେବ ସେନେଇ ମୋବାଇଲ୍‌କୁ ଦିଆଯିବ ମେସେଜ୍‌ । ଆଉ ଲାଇନରେ ଅପେକ୍ଷା କରିବାର ଦରକାର ନାହିଁ । ଆବେଦନାକାରୀ ପ୍ରତୀକ୍ଷା ହଲରେ ଅପେକ୍ଷା କରିବେ । ସେଠାରେ ଲାଗିଥିବା ଡିସପ୍ଲେ ବୋର୍ଡରେ ଟୋକନ୍ ନମ୍ବର ଘୋଷଣା ହେବ । ଜଣେ ବ୍ୟକ୍ତିଙ୍କ କ୍ରମିକ ନମ୍ବର କେତେବେଳେ ଆସିବ ତାହା ଜଣାପଡ଼ିବ ।

ଏହି ଟୋକନ୍ ବ୍ୟବସ୍ଥା ଦ୍ୱାରା ଲୋକଙ୍କୁ ଆଉ ବେଶୀ ହଇରାଣ ହେବାକୁ ପଡ଼ିବ ନାହିଁ । ଲାଇନରେ ଠିଆ ହୋଇ ସମୟ ବରବାଦ ହେବନି । ଏହାସହ ଲୋକଙ୍କୁ ସେବା ଯୋଗାଇବା ବ୍ୟବସ୍ଥାରେ ଅଧିକ ସୁଧାର ଆସିପାରିବ ।

Leave A Reply

Your email address will not be published.