Latest Odisha News

BREAKING NEWS

କଟକ ସନ୍ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣା : ତଦନ୍ତ ଆରମ୍ଭ କଲା ଅଗ୍ନିଶମ ବିଭାଗ

କଟକ: କଟକ ସନ୍ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାର ତଦନ୍ତ ଆରମ୍ଭ କଲା ଅଗ୍ନିଶମ ବିଭାଗ । ଡେପୁଟି ଫାୟାର ଅଫିସରଙ୍କ ନେତୃତ୍ବରେ ଗଠିତ ହୋଇଥିବା ଟିମ୍ ହସ୍ପିଟାଲ ପରିସରରେ ତଦନ୍ତ ଆରମ୍ଭ କରିଛି । ତେବେ ହସ୍ପିଟାଲରେ କିଭଳି ଏବଂ କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାହାର ଯାଞ୍ଚ କରିବ ଏହି ଟିମ୍ ।

ସୂଚନାଯୋଗ୍ୟ ଯେ, କଟକ ବିଜୁ ପଟ୍ଟନାୟକ ଛକରେ ଥିବା ସନ୍ ହସ୍ପିଟାଲରେ ଗତକାଲି ଅଗ୍ନିକାଣ୍ଡ ହୋଇଥିଲା । ହସ୍ପିଟାଲର ଉପର ମହଲାରେ ହଠାତ୍ ନିଆଁ ଲାଗିଯାଇଥିଲା । ଉପର ମହଲାରେ ଅତ୍ୟନ୍ତ ଦହନଶୀଳ ଜିନିଷ ଥିବାରୁ ଚାହୁଁ ଚାହୁଁ ନିଆଁ ଚାରିଆଡକୁ ବ୍ୟାପି ଯାଇଥିଲା । ହୁତୁ ହୁତୁ ହୋଇ ଜଳି ଉଠିଥିଲା ପୁରା ଉପର ମହଲା । ନିଆଁ ଅଲଗା ମହଲାକୁ ବ୍ୟାପିବା ପୂର୍ବରୁ ଚିକିତ୍ସାଧୀନ ରୋଗୀମାନଙ୍କୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା । ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

Comments are closed.