Latest Odisha News

BREAKING NEWS

ରାଜଧାନୀରୁ ନକଲି ମୃଦୁ ପାନୀୟ କାରଖାନା ଠାବ

ଭୁବନେଶ୍ବର: ପୁଣି ରାଜଧାନୀରୁ ନକଲି କାରଖାନା ଠାବ ହୋଇଛି । ଭୁବନେଶ୍ବର ସ୍ଥିତ ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ନକଲି ମୃଦୁ ପାନୀୟ କାରଖାନା ଠାବ ହୋଇଛି । ପୋଲିସ ଉକ୍ତ କାରଖାନାରେ ଚଢାଉ ଜାରି ରଖିଛି ।

ସୂଚନାଯୋଗ୍ୟ, କିଛିଦିନ ହେବ ଭୁବନେଶ୍ବର ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ନକଲି ମୃଦୁ ପାନୀୟ କାରଖାନା ଚାଲିଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇବା ପରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ଏହି ସ୍ବତନ୍ତ୍ର ଟିମ୍ ନକଲି ମୃଦୁ ପାନୀୟ ପ୍ରସ୍ତୁତ ହେଉଥିବା କାରଖାନାରେ ଚଢାଉ କରିଥିଲା । ଚଢାଉ ବେଳେ ବିପୁଳ ପରିମାଣର ନକଲି ସାମଗ୍ରୀ ଠାବ ହୋଇଛି ।

ସବୁଠୁ ଆଶ୍ଚର୍ଯ୍ୟର ବିଷୟ ଯେ ଏକ ଫର୍ଣ୍ଣିଚର କାରଖାନା ଭିତରେ ଏହି ନକଲି ମୃଦୁ ପାନୀୟ ପ୍ରସ୍ତୁତି କରାଯାଉଥିବା ଜଣାପଡିଛି । ପୂର୍ବରୁ ମଞ୍ଚେଶ୍ବର ଅଞ୍ଚଳରୁ ନକଲି କାରଖାନ ଠାବ ହୋଇିଥିଲା ।

Leave A Reply

Your email address will not be published.